ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ ଘଂଟାରେ ୬୦୧୯ ପଜିଟିଭ୍, ୪୩ ମୃତ ; କ୍ୱାରେଂଟାଇନରୁ ୩୩୯୭ ଏବଂ ସ୍ଥାନୀୟ ଅଂଚଳରୁ ୨୬୨୨ ପଜିଟିଭ୍

186

କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୬୦୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧରେ ୩୩୯୭ ଥିବାବେଳେ ସ୍ଥାନୀୟ ସଂକ୍ରମଣ ୨୬୨୨ ରହିଛି । ସେହିଭଳି ୪୩ଜଣଙ୍କ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୩୫ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୨୨ ଜଣ, ଭଦ୍ରକରୁ ୨୬୨ ଜଣ, ବଲାଙ୍ଗୀରରୁ ୬୬ ଜଣ, ମୟୁରଭଞ୍ଜରୁ ୩୩୩ ଜଣ, ନବରଙ୍ଗପୁରରୁ ୧୫୧ ଜଣ, ନୟାଗଡରୁ ୧୯୧ ଜଣ, ନୂଆପଡ଼ାରୁ ୨୩ ଜଣ, ପୁରୀରୁ ୩୨୪ ଜଣ, ରାୟଗଡାରୁ ୧୦୮ ଜଣ, ସମ୍ବଲପୁରରୁ ୧୩୧ ଜଣ, ସୋନପୁରରୁ ୬୫ ଜଣ, ସୁନ୍ଦରଗଡରୁ ୨୮୩ ଜଣ, ଷ୍ଟେଟ ପୁଲରୁ ୧୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ବୌଦ୍ଧରୁ ୭୯, କଟକରୁ ୫୩୧, ଦେବଗଡରୁ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଞ୍ଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡାରୁ ୪୧, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୨୧୮, କେଉଁଝରରୁ ୧୨୦, ଖୋର୍ଦ୍ଧାରୁ ୭୯୬, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୮୮୩୬ ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୧୯ରେ ପହଂଚିଥିବାବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୭୨୩୧୨ଟି ସକ୍ରିୟ ମାମଲା ରହିଛି ।