ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ୨୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ,୫୯ ମୃତ

237

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୪୯୫ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୧୧୦୭ ଜଣ । ଗତ ୨୪ ଘଂଟାରେ ୫୯ ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।

ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାଛଡ଼ା ବରଗଡ଼ ଓ ଢେଙ୍କାନାଳରେ ୫ଜଣ ଲେଖାଏଁ, ଗଞ୍ଜାମରେ ୪, ଜଗତସିଂହପୁରରେ ୧ , ଯାଜପୁରରେ ୨, କଟକରେ ୨,  କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୩, କୋରାପୁଟରେ ୧, ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ  ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୪, ପୁରୀରେ ୫, ରାୟଗଡ଼ାରେ ୪ ଓ ସୁନ୍ଦରଗଡ଼ରେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ସେହିଭଳି ଖୋର୍ଦ୍ଧାରୁ ୫୨୯, ଅନୁଗୁଳ ଜିଲ୍ଳାରୁ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୬୪ ଜଣ, ବରଗଡ଼ରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗୀରରୁ ୫, ବୌଦ୍ଧରୁ ୨୧, କଟକରୁ ୩୯୭, ଦେବଗଡ଼ରୁ ୫, ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତ୍‌ସିଂହପୁରରୁ ୯୧, ଯାଜପୁରରୁ ୧୮୩, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୫୨୯, କୋରାପୁଟ୍‌ରୁ ୩୨, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୮, ନୟାଗଡ଼ାରୁ ୬୨, ନୂଆପଡ଼ାରୁ ୫, ପୁରୀରୁ ୧୭୪, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୬୪ ଓ ‌ଷ୍ଟେଟ୍‌ପୁଲ୍‌ରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୨୯ ହଜାର ୭୮୮ । ସୁସ୍ଥ ହୋଇଛନ୍ତି ୮ଲକ୍ଷ ୯୭ ହଜାର ୩୬୨ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮ ହଜାର ୧୫ଜଣ । ୭୪ ହଜାର ୪୬୮ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ରହିଛି ୩ ଦଶମିକ ୪୯ ପ୍ରତିଶତ ।