କନକ ବ୍ୟୁରୋ : ରାଜ୍ୟରେ ବି କମୁଛି କରୋନା ସଂକ୍ରମଣ । ଦିନକରେ ଆଉ ୫ ହଜାର ୫୭ ନୂଆ ପଜିଟିଭ୍ ଚିହ୍ନଟ । ଗତକାଲି ଏହି ସଂଖ୍ୟା ଥିଲା ୫ ହଜାର ୯୦୧ । ୨୪ ଘଂଟାରେ ୬୧ ହଜାର ୬୩୫ ନମୁନା ପରୀକ୍ଷା ହୋଇଥିବା ବେଳେ ୫ ହଜାର ୫୭ ପଜିଟିଭ୍ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରହିଛି । ଜିଲ୍ଲାରେ ୨୪ ଘଂଟାରେ ଆଉ ୧ ହଜାର ୧୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭ ପଜିଟିଭ୍ ଆସିଛି । ବାଲେଶ୍ୱରରୁ ୨୦୨, ନୂଆପଡ଼ାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଜଣ ସଂକ୍ରମିତ ହୋଇଛନ୍ତି ।

Advertisment

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ                                    ଟେଷ୍ଟ
ଜାନୁଆରୀ ୨୮:୫୦୫୭------- ୬୧୬୩୫
ଜାନୁଆରୀ ୨୭ :୫୯୦୧------- ୬୩୨୦୯
ଜାନୁଆରୀ୨୬: ୭୪୨୬------- ୬୫୨୫୦
ଜାନୁଆରୀ୨୫: ୫୮୯୧------- ୫୯୮୦୭
ଜାନୁଆରୀ ୨୪: ୭୨୯୧------- ୬୨୯୬୯
ଜାନୁଆରୀ୨୩:୮୫୨୦------- ୬୪୫୦୦
ଜାନୁଆରୀ ୨୨: ୮୮୪୫ -------୬୮୬୨୫
ଜାନୁଆରୀ ୨୧ : ୯୮୩୩-------୭୪୪୪୩
ଜାନୁଆରୀ ୨୦ : ୧୦୩୬୮-------୭୪୨୩୪