୨୪ ଘଂଟାରେ ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ :  ୬୭, ୧୨୨ ନମୁନା ପରୀକ୍ଷା, ୭.୨୨% ପଜିଟିଭ ହାର

225

କନକ ବ୍ୟୁରୋ : ଗତ ୨୪ଘଂଟାରେ ୫ହଜାର ତଳକୁ ଖସିଲା ସଂକ୍ରମଣ । ୪୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୭୬୫ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୦୮୭ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଥିବା ବେଳେ ଅନୁଗୁଳରୁ ୨୭୫ଜଣ, ବାଲେଶ୍ୱରରୁ ୩୬୪ଜଣ, ବରଗଡ଼ରୁ ୬୧ ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରରୁ ୩୧ ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୧୮୦ ଜଣ, ଯାଜପୁରରୁ ୩୮୨ ଜଣ, ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୨୮୭ଜଣ, କେଉଁଝରରୁ ୯୬ଜଣ, କୋରାପୁଟରୁ ୮୮ ଜଣ, ମାଲକାନଗିରିରୁ ୮୯ଜଣ, ମୟୁରଭଞ୍ଜରୁ ୨୧୦ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡ଼ାରୁ ୧୦୫ ଜଣ, ସମ୍ୱଲପୁରରୁ ୪୧ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲରୁ ୯୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦୈନିକ ସଂକ୍ରମଣକୁ ମିଶାଇ ରାଜ୍ୟର ମୋଟ ସଂକ୍ରମଣ ସଂଖ୍ୟା ୮ଲକ୍ଷ ୪୭ ହଜାର ୩୧୩ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୭ଲକ୍ଷ ୮୧ ହଜାର ୪୮୮ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୬୨ ହଜାର ୫୧୫ଜଣ । ୬୭ ହଜାର ୧୨୨ ନମୁନା ପରୀକ୍ଷା ହୋଇଛି । ୭ ଦଶମିକ ୨୨ ପ୍ରତିଶତ ପଜିଟିଭ ହାର ରହିଛି । ଏପର୍ଯ୍ୟନ୍ତ ଜୁନ ମାସର ପ୍ରଥମ ୧୨ ଦିନରେ ୮୨ ହଜାର ୩୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦୩ଜଣଙ୍କ ମୁଣ୍ଡ ନେଲାଣି କରୋନା । ସେପଟେ, ରାଜ୍ୟରେ କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ୪୭ଜଣଙ୍କ ଜୀବନ ନେଲା କରୋନା ।