ଚିନ୍ତା ବଢ଼ାଉଛି ଭୁବନେଶ୍ୱର: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ ହେବ ଗଂଜାମ ଫର୍ମୁଲା: ବ୍ୟାପକ ହେବ ହେଲଥ ସ୍କ୍ରିନିଂ, ୫୬୫ ରାପିଡି ରେସପନ୍ସ ଟିମ ଗଠନ, ବଢ଼ିବ ହସ୍ପିଟାଲରେ ବେଡ ସଂଖ୍ୟା

ସ୍ୱତନ୍ତ୍ର ଏଡିଏମ୍ ପାରୁଲ ପଟୁୱାରୀଙ୍କ ରୋଡମ୍ୟାପ

147

କନକ ବ୍ୟୁରୋ:  ଭୁବନେଶ୍ୱରରେ କରୋନା ସଂକ୍ରମଣ ଉଦବେଗଜନକ ଭାବେ ବଢି ଚାଲିଛି । ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ଏଥିସହ ଗଂଜାମ ଫର୍ମୁଲାକୁ ରାଜଧାନୀରେ ଆପଣେଇବାକୁ ନିଷ୍ପତି ହୋଇଛି । ଏବେ ଗଂଜାମରେ କରୋନାକୁ ନିୟନ୍ତ୍ରଣ ସ୍ତରକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୁବ ଆଇଏଏସ ପାରୁଲ ପଟୁୱାରୀଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଏମ୍ ଭାବେ ନିଯୁକ୍ତି ଦିଆଯାଇଛି ।

କରୋନା ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ସାରା ରାଜ୍ୟରେ ଆଗରେ ଚାଲିଥିବା ବେଳେ ସଂଗୀନ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ୱରର ସ୍ଥିତି । ଭୁବନେଶ୍ୱରର ଗତ ୩ ଦିନର ସଂକ୍ରମଣ ସଂଖ୍ୟା ଉପରେ ନଜର ପକାନ୍ତୁ ।

ସେପ୍ଟେମ୍ବର ୯ – ୪୨୭ ନୂଆ ଆକ୍ରାନ୍ତ

ସେପ୍ଟେମ୍ବର ୮ – ୩୭୬ 

ସେପ୍ଟେମ୍ବର ୭ – ୩୯୪ ପଜିଟିଭ୍ ଚିହ୍ନଟ 

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଦିନକୁ ପ୍ରାୟ ୩ ହଜାରରୁ ସାଢ଼େ ୩ ହଜାର ପର୍ଯ୍ୟନ୍ତ କୋଭିଡ୍ ପରୀକ୍ଷା ହେଉଛି, ଏପର୍ଯ୍ୟନ୍ତ ଦେଢ଼ ଲକ୍ଷରୁ ଅଧିକ ପରୀକ୍ଷା ହୋଇ ସାରିଥିବା ବେଳେ ୧୪ ହଜାର ୫୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ହାର ରହିଛି ୯ ପ୍ରତିଶତରୁ ଅଧିକ ।

• ଖୋର୍ଦ୍ଧାରେ ଯେତିକି ଆକ୍ରାନ୍ତ ହୋଇଛନ୍ତି ୬୫ ପ୍ରତିଶତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି

• ଖୋର୍ଦ୍ଧା ଜିଲ୍ଲାର ଯେତିକି ସକ୍ରୀୟ ଆକ୍ରାନ୍ତ ରହିଛନ୍ତି ୮୫ ପ୍ରତିଶତ ଭୁବନେଶ୍ୱରରେ

• ଖୋର୍ଦ୍ଧାରେ ଯେତିକି କରୋନା ଜନିତ ମୃତ୍ୟୁ ହୋଇଛି ୭୮ ପ୍ରତିଶତ ଭୁବନେଶ୍ୱରରୁ

ଗଂଜାମରେ ସଂକ୍ରମଣକୁ ନିୟନ୍ତ୍ରଣ ସ୍ତରକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୁବ ଆଇଏଏସ ଅଧିକାରୀ ପାରୁଲ ପଟୁୱାରୀଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଏଡିଏମ୍ ଭାବେ ନିଯୁକ୍ତି ଦିଆଯାଇଛି । କିପରି ରାଜଧାନୀରେ ସ୍ଥିତି ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ପ୍ରସ୍ତୁତ କରାଯାଇଛି ରୋଡମ୍ୟାପ୍ ।

• ରାଜଧାନୀରେ ହେବ ବ୍ୟାପକ ହେଲ୍ଥ ସ୍କ୍ରିନିଂ

• ବସ୍ତି ଅଂଚଳକୁ ଅଧିକ ଗୁରୁତ୍ୱ

• ୫୬୫ ରାପିଡ ରେସ୍ପନ୍ସ ଟିମ ଗଠନ

• ୧୯୨୯କୁ କଲ କଲେ କରୋନା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ମିଳିବ

• ହୋମ୍ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି

• ହୋମ୍ ଆଇସୋଲେସନରେ ଥିଲେ ମିଳିବ ଭିଡ଼ିଓ ଜରିଆରେ ପରାମର୍ଶ

• କରୋନା ଆକ୍ରାନ୍ତ କୋଭିଡ ନିୟମ ମାନୁଛନ୍ତି କି ନାହିଁ, ରହିବ କଡ଼ା ନଜର

• ରାଜଧାନୀର ହସ୍ପିଟାଲରେ ବଢ଼ିବ ବେଡ୍ ସଂଖ୍ୟା