କରୋନା ମୃତ୍ୟୁର ଅଲୋଡ଼ା ରେକର୍ଡ : ଗୋଟିଏ ଦିନରେ ସର୍ବାଧିକ ୩୭ ମୃତ

150

କନକ ବ୍ୟୁରୋ : ରାଜ୍ୟରେ କରୋନା ମୃତ୍ୟୁ ଅଲୋଡା ରେକର୍ଡ । ୨୪ ଘଂଟାରେ କରୋନାରେ ଆଖି ବୁଜିଲେ ୩୭ଜଣ । ସେହିପରି ରାଜ୍ୟରେ ସାମାନ୍ୟ ବଢ଼ିଲା ପଜିଟିଭ ହାର । ରାଜ୍ୟରେ ପୁଣି ୮ ହଜାର ୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୮୯୨ ଜଣ ଥିବା ବେଳେ ସ୍ଥାନୀୟ ସଂଗରୋଧରୁ ୩୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଢ଼େଙ୍କାନାଳ ୫୦୩, ଅନୁଗୁଳରୁ ୪୫୬, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମଣ ୭ଲକ୍ଷ ୭୩ ହଜାର ୭୩୨ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୬ଲକ୍ଷ ୮୦ ହଜାର ୯୩୨ଜଣ । ଏବେବି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୮୯ ହଜାର ୯୫୬ଜଣ । ଗତକାଲି ୬୨ ହଜାର ୨୯୩ ନମୁନା ପରୀକ୍ଷା ହୋଇଛି । ପଜିଟିଭ ହାର ୧୪ ଦଶମିକ ୦୨ ପ୍ରତିଶତ ରହିଛି ।