ଗତ ୨୪ ଘଂଟା ରାଜ୍ୟରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ : ୬୯ ହଜାର ୪୮୦ ନମୁନା ପରୀକ୍ଷା, ପଜିଟିଭ ହାର ୫.୨ ପ୍ରତିଶତ

237

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୩୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ । ୬୯,୪୮୦ ଟେଷ୍ଟ କରାଯାଇଛି ଏବଂ ପଜିଟିଭ ରେଟ୍ ରହିଛି ୫.୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ୨୦୯୮ ସଙ୍ଗରୋଧରୁ ଓ ୧୫୫୨ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦୪ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୧୧୨, ବାଲେଶ୍ୱର ୨୭୮, ବରଗଡ ୪୫, ଭଦ୍ରକ ୧୭୦, ବଲାଙ୍ଗୀର ୧୬, ବୌଦ୍ଧ ୪୧, କଟକ ୪୫୮, ଦେଓଗଡ ୪, ଢେଙ୍କାନାଳ ୧୧୦, ଗଜପତି ୮, ଗଞ୍ଜାମ ୧୪, ଜଗତସିଂହପୁର ୧୩୮, ଯାଜପୁରରୁ ୩୩୨ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଝାରସୁଗୁଡା ୮, କଳାହାଣ୍ଡି ୨୩, କନ୍ଧମାଳ ୨୬, କେନ୍ଦ୍ରାପଡା ୧୦୬, କେନ୍ଦୁଝର ୬୮, କୋରାପୁଟ ୧୦୪, ମାଲକାନଗିରି ୬୭, ମୟୂରଭଞ୍ଜ ୧୪୫, ନବରଙ୍ଗପୁର ୬୯, ନୟାଗଡ ୧୨୨, ନୂଆପଡା ୧୦, ପୁରୀ ୧୮୭, ରାୟଗଡା ୧୦୬, ସମ୍ବଲପୁର ୩୫, ସୋନପୁର ୨୨, ସୁନ୍ଦରଗଡ ୧୦୬ ଓ ଷ୍ଟେଟ ପୋଲରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ସୁସ୍ଥ ହେଲେଣି ୪୦୫୨ ଜଣ । ସକ୍ରିୟ ସଂକ୍ରମିତ ୩୩୭୭୦ ଅଛନ୍ତି ।