ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ : ଗତ ୨୪ ଘଂଟା ରାଜ୍ୟରେ ୩୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ, ୪୬ ମୃତ

202

କନକ ବ୍ୟୁରୋ : ରାଜ୍ୟରେ ପୁଣି ସାମାନ୍ୟ ବଢ଼ିଲା ସଂକ୍ରମଣ । ଗତ ୨୪ ଘଂଟାରେ ୩ ହଜାର ୪୫୬ ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୧୯ଶହ ୭୩ ଜଣ ଥିବା ବେଳେ ୧୪ଶହ ୮୩ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୮୦, ପୁରୀରୁ ୨୮୯, ଯାଜପୁରରୁ ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗୋଟିଏ ଦିନରେ ୪୬ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ ରହିଛି । ସେଥିରୁ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୪୮ ହଜାର ୯୬୦ଜଣ । ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୩୪ ହଜାର ୨୧୬ଜଣ । ୬୫ ହଜାର ୮୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୫ ଦଶମିକ ୨୪ ପତିଶତ ରହିଛି ।