ଆସିଲା ୨୪ ଘଂଟାର କରୋନା ରିପୋର୍ଟ : ଗତକାଲି ଅପେକ୍ଷା ସାମାନ୍ୟ କମିଲା ସଂକ୍ରମଣ; ୩୩୧୯ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ

288

କନକ ବ୍ୟୁରୋ : ଆସିଲା ୨୪ ଘଂଟାର କରୋନା ରିପୋର୍ଟ । ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଲା ସଂକ୍ରମଣ । ଆଜି ୩ ହଜାର ୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୬୬ ହଜାର ୧୦୯ ନମୂନା ପରୀକ୍ଷା ହୋଇଥିବା ବେଳେ ପିଜିଟିଭ ହାର ରହିଛି ୫ ଦଶମିକ୍ ୦୨ ପ୍ରତିଶତ । ଆଉ ଏସବୁ ଭିତରେ ଗୋଟିଏ ଦିନରେ ପୁଣି ୪୩ ମୁଣ୍ଡ ନେଇଛି କରୋନା ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୬ଜଣ, ବାଲେଶ୍ୱରରୁ ୩୯୭ଜଣ, ବରଗଡ଼ରୁ ୪୭ ଜଣ, ଭଦ୍ରକରୁ ୧୬୩ଜଣ, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୫୬୬ଜଣ, ଦେବଗଡ଼ରୁ ୪ଜଣ, ଢେଙ୍କାନାଳରୁ ୬୯ଜଣ, ଗଜପତିରୁ ୧୨ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୩୦ ଜଣ, ଯାଜପୁରରୁ ୧୯୪ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ୩୧ ଜଣ, କନ୍ଧମାଳରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୧୩୪ଜଣ, କେଉଁଝରରୁ ୬୫ଜଣ, ଖୋର୍ଦ୍ଧାରୁ ୪୪୦ ଜଣ, କୋରାପୁଟରୁ ୫୯ ଜଣ, ମାଲକାନଗିରିରୁ ୭୧ଜଣ, ମୟୁରଭଞ୍ଜରୁ ୧୯୯ଜଣ, ନବରଙ୍ଗପୁରରୁ ୩୯ ଜଣ, ନୟାଗଡ଼ରୁ ୧୧୧ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୧୭୫ଜଣ, ରାୟଗଡ଼ାରୁ ୪୩ଜଣ, ସମ୍ୱଲପୁରରୁ ୨୯ଜଣ, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୩୬ ଓ ଷ୍ଟେଟ ପୁଲରୁ ୯୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୦୩ ,୭୮୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮,୬୭,୪୦୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୨, ୪୦୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।