କନକ ବ୍ୟୁରୋ : ରାଜ୍ୟରେ କମୁଛି ସଂକ୍ରମଣ ହେଲେ କମୁନି ମୃତ୍ୟୁ । ୨୪ ଘଂଟାରେ ୨ ହଜାର ୬୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩୪୯ଜଣ । ସଂଗରୋଧରୁ ୧୫ଶହ ୨୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ହଜାରେ ୮୨ଜଣ ।

Advertisment

ଖୋର୍ଦ୍ଧାରୁ ୪୪୪ଜଣ, କଟକରୁ ୨୦୫ଜଣ, ସୁନ୍ଦରଗଡ଼ରୁ ୨୦୪ଜଣ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୬୪ହଜାର ୭୦୫ଜଣ । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୨୮ ହଜାର ୯୭୬ ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୯୬୫ ଜଣ । ଅଡିଟ ପ୍ରୋସେସରେ ମୃତ୍ୟୁ ସଂଖ୍ୟା ୨୨ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।