କନକ ବ୍ୟୁରୋ : ରାଜ୍ୟରେ କରୋନା ଜନିତ ମୃତ୍ୟୁରେ ସର୍ବକାଳୀନ ରେକର୍ଡ । ଗତ ୨୪ଘଂଟାରେ ପ୍ରାଣ ହରାଇଛନ୍ତି ୨୫ କରୋନା ଆକ୍ରାନ୍ତ । ଦ୍ୱିତୀୟ ଲହର ଆରମ୍ଭ ହେବାଠାରୁ କୌଣସି ଗୋଟିଏ ଦିନରେ ଏହା ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ । କରୋନା ଯୋଗୁ ରାଜ୍ୟରେ ୨୦ ଦିନରେ ୩୬୦ ଜଣଙ୍କ ମୃତ୍ୟୁ ହେଲାଣି ।
ଅନ୍ୟପଟେ ଆଜି ବି ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୧୧,୪୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରେ ୬୪୩୯ ଚହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୫୦୫୯ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୧୦୭ , ଅନୁଗୁଳରୁ ୮୬୭, ବାଲେଶ୍ୱରରୁ ୫୨୪ , ମୟୂରଭଞ୍ଜରୁ ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦ ଦିନରେ ରାଜ୍ୟରେ ୨ଲକ୍ଷ ୧୧ ହଜାର ୭୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୬୦ ହଜାର ୫୯୮ ନମୁନା ପରୀକ୍ଷା କରାଯାଇଛି ।