ରାଜ୍ୟରେ ଆଉ ୨୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୧୯୩ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି ୩୬ ଜଣ । ଗଞ୍ଜାମରୁ ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫କୁ ବୃଦ୍ଧି 

708

କନକ ବ୍ୟୁରୋ : ରାଜ୍ୟରେ ଆଉ ୨୨୯ ନୂଆ ପଜିଟିଭ୍ ଚିହ୍ନଟ । ୧୯୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୩୬ ଜଣ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୯ଟି ଜିଲ୍ଲାରୁ ଏହି ୨୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ୯୫ ଜଣ ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗଂଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧ ହଜାର ୫୬୭ କୁ ବୃଦ୍ଧି ହୋଇଛି । ସେହିପରି ବାଲେଶ୍ୱରରୁ ୨୪, ଖୋର୍ଧାରୁ ୨୧, ଯାଜପୁରରୁ ୨୨, ସୁନ୍ଦରଗଡରୁ ୧୭, କଟକରୁ ୧୨, ଝାରସୁଗୁଡାରୁ ୧୦, ବଲାଙ୍ଗିରରୁ ୭, ନୟାଗଡରୁ ୫, ପୁରୀରୁ ୪, ବୌଦ୍ଧରୁ ୩, ମୟୂରଭଂଜରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ଅନୁଗୁଳ ଏବଂ ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୭ ହଜାର ୫୪୫ କୁ ବୃଦ୍ଧି ହୋଇଛି । ରାଜ୍ୟରେ ବର୍ତମାନ ୨ ହଜାର ୧୫୭ ଆକ୍ଟିଭ୍ କେସ୍ ରହିଛି । ଶେଷ ଖବର ସୁଦ୍ଧା ରାଜ୍ୟରୁ ଆଉ ୧୬୪ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସା ପରେ ସୁସ୍ଥ ସଂଖ୍ୟା ୫ ହଜାର ୩୫୩ କୁ ବୃଦ୍ଧି ହୋଇଛି ।