ରାଜ୍ୟରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨ ମୃତ । ଖୋର୍ଦ୍ଧାରୁ ସର୍ବାଧିକ ୧୧୪, କଟକରୁ ୧୫

67

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୦ରୁ ୧୮ ବର୍ଷ ମଧ୍ୟରେ ୩୩ ଜଣ ଥିବାବେଳେ ସଙ୍ଗରୋଧରୁ ୧୨୮ ଜଣ ଓ ସ୍ଥାନୀୟ ସଂକ୍ରମଣ ଭାବେ ୯୮ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୪, କଟକରୁ ୧୫, ବାଲେଶ୍ୱରରୁ ୧୦, ଭଦ୍ରକରୁ ୪, ଯାଜପୁରରୁ ୮, ମୟୁରଭଞ୍ଜରୁ ୬, ସମ୍ବଲପୁରରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ ୧୧ ଓ ଷ୍ଟେଟ ପୁଲରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଯାଇଛି । ଭୁବନେଶ୍ୱରର ଜଣେ ୬୦ ବର୍ଷୀୟ ପୁରୁଷ ଓ ମୟୁରଭଞ୍ଜର ଜଣେ ୭୦ ବର୍ଷୀୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।