ରାଜ୍ୟର କରୋନା ମିଟର : ଆଜି ୧୮୫ କରୋନା ପଜିଟିଭ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ

66

କନକ ବ୍ୟୁରୋ : ଆଜି ରାଜ୍ୟରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୫ ଜଣ ଥିବାବେଳେ ୧୦୯ ଜଣ ସଙ୍ଗରୋଧରୁ ଓ ୭୬ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ୧୮୫ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୪, ସମ୍ବଲପୁରରୁ ୧୮, ମୟୁରଭଞ୍ଜରୁ ୧୨, ଷ୍ଟେଟପୁଲରୁ ୧୮ ଜଣ ରହିଛନ୍ତି ।

ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ ହୋଇଥିଵାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୪ ହଜାର ୫୦୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୨୭୧୯ଟି ସକ୍ରିୟ ମାମଲା ରହିଛି । ସେହିପରି ଆଜି ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ୬୬ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ୫୯ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।