କନକ ବ୍ୟୁରୋ : ଆଜି ରାଜ୍ୟରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୫ ଜଣ ଥିବାବେଳେ ୧୦୯ ଜଣ ସଙ୍ଗରୋଧରୁ ଓ ୭୬ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି । ୧୮୫ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୪, ସମ୍ବଲପୁରରୁ ୧୮, ମୟୁରଭଞ୍ଜରୁ ୧୨, ଷ୍ଟେଟପୁଲରୁ ୧୮ ଜଣ ରହିଛନ୍ତି ।
ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ ହୋଇଥିଵାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୪ ହଜାର ୫୦୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୨୭୧୯ଟି ସକ୍ରିୟ ମାମଲା ରହିଛି । ସେହିପରି ଆଜି ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ୬୬ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ୫୯ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/23-15.jpg)