କନକ ବ୍ୟୁରୋ : ରାଜ୍ୟରେ ୨୪ଘଣ୍ଟାରେ ୧୭୧୨ ପଜିଟିଭ ଚିହ୍ନଟ । ୩୨୩ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୯୭, ସ୍ଥାନୀୟ ଅଞ୍ଚଳରୁ ୭୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୭, ସୁନ୍ଦରଗଡ ୧୪୭, କଟକ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୧ ହଜାର ୫୨୩ । ସେହିପରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ୬୪୭ ।

Advertisment

ସେପଟେ ରାଜ୍ୟରେ କରୋନା ଆଉ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସରେ ୨୨ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ଖୋର୍ଦ୍ଧାରୁ ସର୍ବାଧିକ ୧୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରେ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀର, ଢେଙ୍କାନାଳ, ଜଗତସିହଂପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋ ଇଛି । ସେହିପରି କନ୍ଧମାଳ, ମୟୂରଭଞ୍ଜ ଓ ସୁନ୍ଦରଗଡରେ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ହଜାର ୭୯୭ରେ ପହଞ୍ଚିଛି ।