ରାଜ୍ୟରେ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

123

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୪ ଜଣ ଥିବାବେଳେ ୯୮ ଜଣ ସଙ୍ଗରୋଧରୁ ଥିବାବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ୧୭୧ ଜଣ ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୦, ସମ୍ବଲପୁରରୁ ୧୩, ମୟୁରଭଞ୍ଜରୁ ୫, ଗଞ୍ଜାମରୁ ୭, ସୁନ୍ଦରଗଡରୁ ୫ ଓ ଷ୍ଟେଟ ପୁଲରୁ ୧୮ ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ ପଜିଟିଭଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୧୭୪ରେ ପହଞ୍ଚିଥିବାବେଳେ ୧୦ ଲକ୍ଷ ୩୬ ହଜାର ୫୦୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ୨୨୨୬ଟି ସକ୍ରିୟ ମାମଲା ରହିଥିବାବେଳେ ରାଜ୍ୟରେ ୨ କୋଟି ୩୨ ଲକ୍ଷ ୮୬ ହଜାର ୨୯୦ଟି ନମୁନା ପରୀକ୍ଷା କରାଯାଇଛି ।