ସଂକ୍ରମଣ ବଢ଼ୁଛି, ଭୟ ଖେଳାଉଛି । ୨୯ଟି ଜିଲ୍ଲାରୁ ୧୪୯୯ ନୂଆ ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୯୧୪ ଓ ସ୍ଥାନୀୟ ଅଞ୍ଚଳରୁ ୫୮୫ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୮୭୭କୁ ବୃଦ୍ଧି।

609

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଂଟାରେ ୧୪ ଶହ ୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮ଶହ ୭୭ରେ ପହଚିଂଛି । ସେହିପରି ୨୪ ଘଂଟାରେ ୮ ଜଣଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା ୧୭୭ରେ ପହଚିଂଛି ।ମୃତକଙ୍କ ମଧ୍ୟରେ ଗଂଜାମରୁ ୪, ଗଜପତିରୁ ଜଣେ,ଖୋର୍ଦ୍ଧାରୁ ଜଣେ, ନୟାଗଡରୁ ଜଣେ , ସୁନ୍ଦରଗଡରୁ ଜଣେ ଅଛନ୍ତି । ୧୪ ଶହ ୯୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୩୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୯୨, ଗଜପତିରୁ ୯୭,କନ୍ଧମାଳରୁ ୫୦,କଳାହାଣ୍ଡିରୁ ୪୪, ନୟାଗଡରୁ ୬୭, ସୁନ୍ଦରଗଡରୁ ୭୫,ସମ୍ବଲପୁରରୁ ୫୬,ରାୟଗଡାରୁ ୪୦, ପୁରୀରୁ ୩୬,ବାଲେଶ୍ୱରରୁ ୩୭,ଅନୁଗୁଳରୁ ୨୫, ବରଗଡରୁ ୧୦,ବଲାଙ୍ଗୀରରୁ ୧୯, ମୟୁରଭଂଜରୁ ୧୩, ମାଲକାନଗିରିରୁ ୨୬,କୋରାପୁଟରୁ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡାରୁ ୯ ଜଣ,ସୋନପୁରରୁ ୫ ଜଣ,ଯାଜପୁରରୁ ୧୯, ଦେବଗଡରୁ ୨ ଜଣ,ଭଦ୍ରକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟା ମଧ୍ୟରେ ୧୪ ହଜାର ୩୩୫ ଟେଷ୍ଟ କରାଯାଇଛି ।