କନକ ବ୍ୟୁରୋ : ରାଜ୍ୟରେ ୨୪ଘଣ୍ଟାରେ ୧୪୮୦ ପଜିଟିଭ ଚିହ୍ନଟ । ୩୩୪ ଜଣ ୧୮ବର୍ଷରୁ କମ୍ ବୟସ ବର୍ଗର ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୮୬୨, ସ୍ଥାନୀୟ ଅଞ୍ଚଳରୁ ୬୧୮ ପଜିଟିଭ । ଖୋର୍ଦ୍ଧାରୁ ସର୍ବାଧିକ ୧୬୩, ସୁନ୍ଦରଗଡ ୧୩୯, କଟକ ୧୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ସେପଟେ, ରାଜ୍ୟରେ ଆଉ ୨୧ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସରେ ୨୧ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ସୁନ୍ଦରଗଡରୁ ସର୍ବାଧିକ ୧୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ଭଦ୍ରକ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ମୃତ୍ୟୁ ହୋଇଛି । ବାଲେଶ୍ୱର, କନ୍ଧମାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୮ହଜାର ୮୧୮ ।