ରାଜ୍ୟରେ ଉପରମୁହାଁ କରୋନା ମିଟର : ୨୪ଘଂଟାରେ ୧୧,୧୦୮ପଜିଟିଭ ଚିହ୍ନଟ, ୨୬ ମୃତ

 ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧, କଟକରୁ ୯୪୪ ପଜିଟିଭ

204

କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ କରୋନା ମିଟର । ୨୪ଘଂଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହେବା ସହ  ୨୬ ଜଣଙ୍କ ମୃତ୍ୟୁ ହୋଇଛି ।  ସଙ୍ଗରୋଧ କେନ୍ଦ୍ରରୁ ୬୨୧୯ ଏବଂ ୪୮୮୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧, କଟକରୁ ୯୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ଅନୁଗୁଳରୁ ୮୬୪, ବରଗଡ଼ରୁ ୩୩୯, ଭଦ୍ରକରୁ ୪୮୯, ବାଲେଶ୍ୱରରୁ ୫୦୯, ବଲାଙ୍ଗୀରରୁ ୨୯୮, ବୌଦ୍ଧରୁ ୨୭୩, ଦେବଗଡ଼ରୁ ୧୨୫, ଢେଙ୍କାନାଳରୁ ୧୩୧, ଗଜପତିରୁ ୧୫୭, ଗଞ୍ଜାମରୁ ୨୧୪, ଜଗତସିଂହପୁରରୁ ୩୧୮, ଯାଜପୁରରୁ ୩୯୬, ଝାରସୁଗୁଡ଼ାରୁ ୧୧୩ , କଳାହାଣ୍ଡିରୁ ୩୯, କନ୍ଧମାଳରୁ ୧୩୨, କେନ୍ଦ୍ରାପଡ଼ାରୁ ୧୫୦, କେନ୍ଦୁଝରରୁ ୧୬୯, କୋରାପୁଟରୁ ୨୫୧, ମାଲକାନଗିରିରୁ ୧୦୦, ମୟୂରଭଞ୍ଜରୁ ୬୩୫, ନବରଙ୍ଗପୁରରୁ ୩୫୭, ନୟାଗଡ଼ରୁ ୩୩୨, ନୂଆପଡ଼ାରୁ ୧୧୪, ପୁରୀରୁ ୪୭୩, ରାୟଗଡ଼ାରୁ ୨୦୯, ସମ୍ବଲପୁରରୁ ୩୮୪, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୭୦୮ଜଣ ଓ ଷ୍ଟେଟ୍ ପୁଲରୁ ୨୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୯, ୫୩୦ରେ ପହଞ୍ଚିଥିବା ବେଳେ ୫,୬୭,୩୮୨ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧ଲକ୍ଷ ୦୯,୬୩୯ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି ।