ରାଜ୍ୟରେ ଦିନକରେ ୧୧,୦୮୬ ପଜିଟିଭ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯

137

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୦୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୪୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୫୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୬୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୯ ଜଣ, ବାଲେଶ୍ୱରରୁ ୩୨୩ ଜଣ, ବରଗଡ଼ରୁ ୧୨୫ ଜଣ, ଭଦ୍ରକରୁ ୧୩୨ ଜଣ, ବଲାଙ୍ଗୀରରୁ ୩୦୦ ଜଣ, ବୌଦ୍ଧ ଜିଲ୍ଲାରୁ ୮୩, କଟକରୁ ୭୬୬ ଜଣ, ଦେବଗଡ଼ରୁ ୫୩ ଜଣ, ଢେଙ୍କାନାଳରୁ ୧୫୭ ଜଣ, ଗଜପତିରୁ ୯୩, ଗଞ୍ଜାମରୁ ୧୧୬ ଜଣ, ଜଗତସିଂହପୁରରୁ ୨୭୩ ଜଣ, ଯାଜପୁରରୁ ୨୭୫ ଜଣ, ଝାରସୁଗୁଡ଼ାରୁ ୧୩୨ ଜଣ, କଳାହାଣ୍ଡିରୁ ୨୫୩ ଜଣ, କନ୍ଧମାଳରୁ ୫୧ ଜଣ, କେନ୍ଦ୍ରାପଡ଼ାରୁ ୮୫ ଜଣ, କେଉଁଝରରୁ ୨୨୩ ଜଣ, କୋରାପୁଟରୁ ୧୯୬ ଜଣ, ମାଲକାନଗିରିରୁ ୫୪ ଜଣ, ମୟୁରଭଞ୍ଜରୁ ୩୯୩ ଜଣ, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୦୪ ଜଣ, ପୁରୀରୁ ୧୮୮ ଜଣ, ରାୟଗଡ଼ାରୁ ୧୮୭ ଜଣ, ସମ୍ୱଲପୁରରୁ ୩୦୨ ଜଣ, ସୋନପୁରରୁ ୧୫୩, ସୁନ୍ଦରଗଡ଼ରୁ ୧୪୧୬ ଜଣ ଓ ଷ୍ଟେଟ ପୁଲରୁ ୭୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୫୫,୪୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୦,୬୬, ୦୩୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮୦, ୯୧୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । କେବଳ ଜାନୁଆରୀ ମାସର ୧୮ ଦିନରେ ଚିହ୍ନଟ ହେଲେଣି ୯୯,୬୭୨ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୫୯୭ ଅଧିକ ମାମଲା ଚିହ୍ନଟ ହୋଇଛି ।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ                                      ଟେଷ୍ଟ
ଜାନୁଆରୀ ୧୮:୧୧୦୮୬——-୭୦୯୯୦
ଜାନୁଆରୀ ୧୭ : ୧୦୪୮୯——୭୦୧୧୭
ଜାନୁଆରୀ ୧୬ : ୧୧୧୭୭——୭୭୧୨୦
ଜାନୁଆରୀ ୧୫ : ୧୦୮୫୬——୭୪୯୩୬
ଜାନୁଆରୀ ୧୪ : ୧୦୨୭୩——୭୫୭୩୧
ଜାନୁଆରୀ ୧୩ : ୧୦୦୫୯——୮୧୦୬୫
ଜାନୁଆରୀ ୧୨ : ୮୭୭୮——୭୪୬୧୧
ଜାନୁଆରୀ ୧୧ : ୭୦୭୧—–୬୯୦୧୮
ଜାନୁଆରୀ ୧୦ : ୪୮୨୯—–୭୪୩୦୪