କନକ ବ୍ୟୁରୋ: ଓଡିଶା ରେଜିଷ୍ଟ୍ରସନ ଡିପାର୍ଟମେଣ୍ଟ ମିନିସ୍ଟେରିଆଲ ଅଫିସର୍ସ ଆସୋସେସନର ସାଧାରଣ ସଭା ଜିଲ୍ଲା ଉପ ନିବନ୍ଧକ କାର୍ଯ୍ୟଳୟ, କଟକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ସମ୍ପାଦକ ନଳିନୀକାନ୍ତ ମହାନ୍ତି, ମୁଖ୍ୟ କିରାଣୀ ସଭାପତିତ୍ଵ କରିଥିଲେ ଓ ପୂର୍ବତନ ସମ୍ପାଦକ ମାନସ ରଞ୍ଜନ ଦାଶ , ଅବସର ପ୍ରାପ୍ତ ଉପନିବନ୍ଧକ ତଥା ଉକ୍ତ ସଂଘର ମୁଖ୍ୟ ପୁରୋଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭା ମଣ୍ଡନ କରିଥିଲେ ।
ଓଡିଶାରୁ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗଦେଇ ଏକ ଅନ୍ତରୀଣ କାର୍ଯ୍ୟ ନିର୍ବାହୀ ଗଠନ ଓ କର୍ମକର୍ତ୍ତା ଚୟନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଉକ୍ତ ସଭାରେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସ୍ବଚ୍ଛତା ଓ ସମୟାନୁବର୍ତ୍ତୀ ହୋଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଥିଲେ ଏଥିସହିତ କନିଷ୍ଟ କିରାଣୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାଇ ସମତୁଲ ବେତନ ସହିତ ଗ୍ରେଡ ପେ ୪୨୦୦ ବା ଲେବେଲ-୯ ନିମନ୍ତେ ଓଡିଶା ମିଳିତଅମଲା ମଞ୍ଚକୁ ପୂର୍ଣ ସମର୍ଥନ କରିବା ପାଇଁ ସର୍ବସମ୍ମତି କ୍ରମେ ନିସ୍ପତି ନିଆଯାଇଥିଲା ଓ ଆଗାମୀ ଦିନରେ ଉକ୍ତ ଦାବି ପୂରଣ ନିମନ୍ତେ ମିଳିତ ଅମଲା ମଞ୍ଚ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା କୁ ମଧ୍ୟ ସାମ୍ବିଧାନିକ ପଥରେ ସମର୍ଥନ ଦେବାକୁ ସବୁ ଜିଲ୍ଲାକୁ ବାର୍ତ୍ତା ଦିଆଯାଇଥିଲା ।
ଏଥିସହିତ ଏଷ୍ଟାବ୍ଲିସମେଣ୍ଟ ଅଫିସର ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ବିଷୟରେ ଆଲୋଚନା କରଯାଇଥିଲା ଏବଂ ଏଥିରେ କୌଣସି ମୁଖ୍ୟ କିରାଣୀ ପଦ ଉଚ୍ଛେଦ ନକରି ରେଜିସ୍ଟ୍ରେଶନ କ୍ୟାଡ଼ର ଜରିଆରେ ଏବଂ ନିବନ୍ଧନ ମହା ନୀରିକ୍ଷକ, ଓଡିଶାଙ୍କ ଅଧୀନରେ ନିଯୁକ୍ତି ପ୍ରକ୍ରିୟା କରାଇବାକୁ ଏକ ସ୍ମାରକୀ ପତ୍ର ନିବନ୍ଧନ ମହା ନୀରିକ୍ଷକ, ଓଡିଶାଙ୍କୁ ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ପରିଶେଷରେ ସଙ୍ଘର କର୍ମକର୍ତ୍ତା ଚୟନ ପୂର୍ବତନ ଅଧ୍ୟକ୍ଷ, ନଳିନୀ କାନ୍ତ ମହାନ୍ତି ଙ୍କ ଅଧ୍ୟକ୍ଷତାରେ କରଯାଇଥିଲା ଯାହା ସମସ୍ତ ଜିଲ୍ଲାରେ ପ୍ରତିନିଧି ଏହାକୁ ପୂର୍ଣ ସମର୍ଥନ ଦେଇଥିଲେ ।
ଉକ୍ତ ନିର୍ବାଚନରେ ସଭାପତି ଭାବେ ବିଭୂଦତ୍ତ ବାରିକ, ବରିଷ୍ଟ କିରାଣୀ, ଉପ ନିବନ୍ଧନ କାର୍ଯ୍ୟଳୟ ବସୁଦେବପୁର । ଉପସଭାପତି ଭାବେ ଉମେଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ କିରାଣୀ , ଜିଲ୍ଲା ଉପ ନିବନ୍ଧକ,ଭୁବନେଶ୍ବର । ସାଧାରଣ ସମ୍ପାଦକ ଭାବେ ରାକେଶ ମହାନ୍ତି, ବରିଷ୍ଟ କିରାଣୀ , ଜିଲ୍ଲା ଉପନିବନ୍ଧକ,କଟକ ଇତ୍ୟାଦି ପଦକୁ ପୁନର୍ଗଠନ କରାଯାଇଥିଲା ଏବଂ ସର୍ବଶେଷରେ ବିଭୁଦତ୍ତ ବାରିକ, ନବନିଯୁକ୍ତ ସଭାପତି ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଓ କର୍ମଚାରୀ ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଂଘର ସ୍ଵାର୍ଥକୁ ଆଖି ଆଗରେ ରଖି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/WhatsApp-Image-2023-04-27-at-6.02.48-PM.jpeg)