ଭୁବନେଶ୍ୱରକୁ ସାଲିଆ ସାହି ଚିନ୍ତା: ବସ୍ତିର ୮ଟି ପକେଟରେ ବ୍ୟାପୁଛି କରୋନା; ବାହାରୁ ଆସୁଥିବା ଶ୍ରମିକଙ୍କ ଯୋଗୁଁ ସଂକ୍ରମଣ ବଢ଼ୁଥିବା ସୂଚନା

305

କନକ ବ୍ୟୁରୋ: ଭୁବନେଶ୍ୱର ସାଲିଆ ସାହି ବସ୍ତି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଏହି ବସ୍ତିରେ ବଢୁଛି ସଂକ୍ରମଣ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜଧାନୀରେ ଥିବା ସମସ୍ତ ବସ୍ତିରୁ ଏଯାଏଁ ୮୦୦ଟିୁ କୋଭିଡ ପଜିଟିଭ ମାମଲା ସାମନାକୁ ଆସିଛି । ଆଉ ଏହି ୮୦୦ ସଂକ୍ରମଣ ମଧ୍ୟରୁ ସାଲିଆ ସାହିରେ ସଂକ୍ରମଣ ହାର ସବୁଠାରୁ ଅଧିକ ରହିଛି । ଏଯାଏଁ ୩୪ଟି ପଜିଟିଭ କେସ କେବଳ ସାଲିଆ ସାହି ବସ୍ତିରୁ ବାହାରିଛି । ଏହା ପଛକୁ ରହିଛି ନୟାପଲ୍ଲୀର ତ୍ରିନାଥ ବସ୍ତି ।

କରୋନା ଭୂତାଣୁ ୧୦୯ଟି ବସ୍ତିରେ ଆକ୍ରାନ୍ତ କରିଥିବା ବେଳେ କେବଳ ସାଲିଆ ସାହି ବସ୍ତିର ୮ଟି ପକେଟରେ ବ୍ୟାପିଛି । ବିଏମସି ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଲିଆ ସାହି ବସ୍ତିରେ ବାହାରୁ ଆସୁଥିବା ଶ୍ରମିକମାନେ ରହୁଥିବାରୁ ଏଠାରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି । ବରିଷ୍ଠ ଡାକ୍ତରଙ୍କ କହିବା ହେଲା, ବସ୍ତି ଅଂଚଳରେ ଲୋକମାନେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରୁନଥିବାରୁ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ଯାହାର ଉଦାହରଣ ହେଉଛି ସାଲିଆ ସାହି ବସ୍ତି ।