ରାଜ୍ୟରେ ରେକର୍ଡ ସଂଖ୍ୟକ ଦୈନିକ ଟିକାକରଣ : ଦିନକରେ ୧୭୩୫ ଟିକାକେନ୍ଦ୍ରରେ ଦିଆଗଲା ସର୍ବାଧିକ ୪ଲକ୍ଷ ୨ହଜାର ୪୩୪ ଟିକା; ଆଜି ୧୪୮୮ ଟି କେନ୍ଦ୍ରରେ ହେବ ଟିକାକରଣ

144

କନକ ବ୍ୟୁରୋ : ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ । ସୋମବାର ଦିନକରେ ୪ଲକ୍ଷ ୨ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଟିକାକରଣ ଆରମ୍ଭ ହେବା ଦିନଠାରୁ ଏହା ଗୋଟିଏ ଦିନରେ ସର୍ବାଧିକ । ମୋଟ ୧୭୩୫ ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯାଇଛି । ଏହା ପୂର୍ବରୁ ଜୁନ୍ ୨୧ରେ ରାଜ୍ୟରେ ୩ଲକ୍ଷ ୩୨ ହଜାର ଟିକା ଦିଆଯାଇଥିଲା ।

ଆଜି ରାଜ୍ୟର ୧୪୮୮ଟି ଟିକାକେନ୍ଦ୍ରରେ ଟିକା ଦିଆଯିବ । କୋଭିସିଲ୍ଡ ଟିକା ଅଭାବରୁ, ଗତ ତିନି ଦିନ ହେବ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା । କିନ୍ତୁ ଶନିବାର ୯ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଆସିବା ପରେ ଗତକାଲି ରାଜ୍ୟରେ ସବୁଠାରୁ ଅଧିକ ଟିକାକେନ୍ଦ୍ରରେ ଟିକା ଦିଆଯାଇଛି ।