ଜୋରିମାନା ଆଦାୟରେ ସାରା ଦେଶରେ ୧ ନମ୍ବର ଓଡ଼ିଶା । ମାତ୍ର ୪ ଦିନରେ ଆଦାୟ ହୋଇଛିି ୮୮ ଲକ୍ଷରୁ ଅଧିକ ଟଙ୍କା, ଗାଡି ଚାଳକଙ୍କ ମନରେ କୋକୁଆ ଭୟ ।

2,899

କନକ ବ୍ୟୁରୋ : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ସାରା ଦେଶରେ ଚାଲିଛି ଜୋରଦାର ଚେକିଂ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ କରୁଛନ୍ତି ଆରଟିଓ ଏବଂ ଟ୍ରାଫିକ୍ ପୋଲିସ । ଆଉ ଜୋରିମାନା ଆଦାୟ କରିବାରେ ଦେଶର ୨୭ଟି ରାଜ୍ୟକୁ ପଛରେ ପକାଇ ୧ ନମ୍ବର ହୋଇଛି ଓଡିଶା ।

ନୂଆ ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ବେଳେ ମାତ୍ର ୪ ଦିନ ଭିତରେ ଜୋରିମାନା ବାବଦରେ ଗାଡି ଚାଳକଙ୍କ ଠାରୁ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିିଶା ।

ସେପ୍ଟେମ୍ବର ୧ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୧୧୩୮ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ସେଥିରୁ ୧୯ ଲକ୍ଷ ୩୬ ହଜାର ୨୨୧ ଟଙ୍କା ଆଦାୟ ହୋଇଥିବା ବେଳେ ୧୫ଟି ଗାଡିକୁ ସିଜ୍ କରାଯାଇଥିଲା ।

ସେପ୍ଟେମ୍ବର ୨ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୪୯୯ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ସେଥି ମଧ୍ୟରେ ଜୋରିମାନା ବାବଦକୁ ୧୫ ଲକ୍ଷ ୪୬ ହଜାର ୫୪୮ ଟଙ୍କା ଆଦାୟ ହୋଇଥିବା ବେଳେ ୫ଟି ଗାଡି ସିଜ୍ କରାଯାଇଥିଲା ।

ସେପ୍ଟେମ୍ବର ୩ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୮୯୫ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ଆଉ ସେଥି ମଧ୍ୟରେ ଜୋରିମାନା ବାବଦକୁ ୨୪ ଲକ୍ଷ ୪୧ ହଜାର ୩୭୫ ଟଙ୍କା ଆଦାୟ ହୋଇଥିବା ବେଳେ ମୋଟ୍ ୫ଟି ଗାଡି ସିଜ୍ କରାଯାଇଥିଲା ।

ସେପ୍ଟେମ୍ବର ୪ ତାରିଖରେ ନିୟମ ଉଲ୍ଲଂଘନ କରିଥିବା ୧୫୪୮ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିଲା । ଆଉ ସେଥି ମଧ୍ୟରେ ଜୋରିମାନା ବାବଦକୁ ୨୯ଲକ୍ଷ ୬୫ ହଜାର ୯୬୩ ଟଙ୍କା ଆଦାୟ ହୋଇଥିବା ବେଳେ ମୋଟ୍ ୨୧ଟି ଗାଡି ସିଜ୍ କରାଯାଇଥିଲା ।

ନୂଆ ନିୟମ ଲାଗୁ ହେବାର ମ।।ତ୍ର ୪ ଦିନ ମଧ୍ୟରେ ନିୟମ ଉଲ୍ଲଂଘନ କରିଥିବା ୪୦୮୦ ଜଣ ଗାଡି ଚାଳକଙ୍କ ଚାଲାଣ କଟାଯାଇଥିବା ବେଳେ, ସେଥି ମଧ୍ୟରୁ ଜୋରିମାନା ବାବଦକୁ ମୋଟ୍ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ ହୋଇଛି । ଏବଂ ମୋଟ୍ ୪୬ଟି ଗାଡିକୁ ସିଜ୍ କରାଯାଇଛି ।

ନୂଆ ନିୟମ ଲାଗୁ ହେବା ପରେ ଏବେେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳିଯାଇଛି ।