ରାଜ୍ୟରେ କମୁଛି ପ୍ରଜନନ ହାର । ପୂର୍ବ ତୁଳନାରେ କମ୍ ପିଲା ଜନ୍ମ ଦେଉଛନ୍ତି ମହିଳା ।

257

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କମୁଛି ପ୍ରଜନନ ହାର । ପୂର୍ବ ତୁଳନାରେ ଓଡିଶାର ମହିଳାମାନେ କମ୍ ସନ୍ତାନ ଜନ୍ମ ଦେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ଭିତରେ ପ୍ରଜନନ ହାର ଶୂନ ଦଶମିକ ୩ ପଏଣ୍ଟ ହ୍ରାସ ପାଇଛି ।

ରାଜ୍ୟରେ କମୁଛି ପ୍ରଜନନ ହାର । ପୂର୍ବ ତୁଳନାରେ କମ୍ ପିଲା ଜନ୍ମ ଦେଉଛନ୍ତି ମହିଳା । ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି ପ୍ରଜନନ ହାର । ପୂର୍ବ ତୁଳନାରେ ମହିଳାମାନେ କମ୍ ପିଲା ଜନ୍ମ ଦେଉଛନ୍ତି । ଗତ ୫ ବର୍ଷ ଭିତରେ ଏହା ଶୂନ ଦଶମିକ ୩ ପଏଣ୍ଟ ହ୍ରାସ ପାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରାଜ୍ୟରେ ପ୍ରଜନନ ହାର ୨.୧ ଥିବାବେଳେ ୨୦୨୦-୨୧ରେ ଏହା ୧.୮ ପ୍ରତିଶତକୁ ଖସି ଆସିଛି । ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ମହିଳାଙ୍କ ପ୍ରଜନନ କ୍ଷମତା କିଛି ପରିମାଣରେ ଅଧିକ ରହିଛି । ସହରାଞ୍ଚଳରେ ଏହା ୧.୫ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ୧.୯ ପ୍ରତିଶତ ରହିଛି । ଅର୍ଥାତ ରାଜ୍ୟର ୫ଜଣ ମହିଳା ଏବେ ୯ ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି ।

କାହିଁକି କମୁଛି ପ୍ରଜନନ ହାର ? ସଚେତନା ବୃଦ୍ଧି ସହ ଅଧିକ ପିଲା ପାଇଁ କମୁଛି ଆଗ୍ରହ । ଆଜିକାଲି ଦମ୍ପତିଙ୍କ ଭିତରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସଚେତନତା, ପରିବାର ନିୟୋଜନ ପାଇଁ ବିଭିନ୍ନ ପଦ୍ଧତି ଆପଣାଇବା ଓ ବିଳମ୍ବିତ ବିବାହ ପରି କାରଣରୁ ମୋଟ ପ୍ରଜନନ ହାର ବା ଟିଏଫଆର କମ୍ ହେଉଥିବା ଏହି ରିପୋର୍ଟରେ କୁହାଯାଇଛି । ତେବେ ଏହା ଏକ ଭଲ ସଂକେତ ବୋଲି କହିଛନ୍ତି ବିଶେଷଜ୍ଞ । ବିକଶିତ ରାଷ୍ଟ୍ରମାନଙ୍କରେ ଲୋକଙ୍କ ଟିଏଫଆର କମ୍ ରହିଥାଏ । ଆଉ ଆମେ ସେହି ଦିଗରେ ଗତି କରୁଛେ । ଜଣେ ମହିଳା ନିଜ ପ୍ରଜନନ ବୟସ ଭିତରେ ଯେତିକି ସଂଖ୍ୟକ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି ତାହାକୁ ଟିଏଫଆର ବୋଲି କୁହାଯାଏ ।

ରାଜ୍ୟରେ ପ୍ରଜନନ ହାର କମିବା ସହ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର ମଧ୍ୟ କମିଛି । ଶିଶୁ ଓ ମାତୃ ମୃତ୍ୟୁ ହାର କମିବା ପଛରେ ଜନନୀ ସୁରକ୍ଷା ଯୋଜନାର ବଡ ଭୂମିକା ଥିବା କୁହାଯାଉଛି । ସେହିପରି ଓଡ଼ିଶା ଶିଶୁ ଟିକାକରଣ ଓ ପୋଷଣରେ ଆଗୁଆ ରହିଛି ।