କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୩ହଜାର ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶୁନରୁ ୧୮ ବର୍ଷ ବୟସ ଭିତରେ ୪୩୬ ପଜେଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ହଜାର ୧୨ ଓ ୧ହଜାର ୪୩୮ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୧୪, କଟକରୁ ୨୦୨, ସୁନ୍ଦରଗଡ଼ରୁ ୨୮୭, ନୂଆପଡ଼ାରୁ ୧୮୧, ସମ୍ବଲପୁରରୁ ୧୩୧, ଷ୍ଟେଟପୁଲରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୩୭ ହଜାର ୭୬୨ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ : ୨୪ ଘଂଟାରେ ୩୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ
/kanak/media/post_attachments/wp-content/uploads/2022/02/13-1.jpg)