ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୯୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬ ହଜାର ୨୨୪କୁ ବୃଦ୍ଧି ।

Advertisment
ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୯୦ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬ ହଜାର ୨୨୪କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୧୨୦ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୯୯, ଗଜପତିରୁ ୫୬, ଝାରସୁଗୁଡ଼ାରୁ ୩୩, କଟକରୁ ୧୬, ନବରଙ୍ଗପୁରରୁ ୧୬, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଦ୍ଧାରୁ ୧୦, ମୟୂରଭଞ୍ଜରୁ ୮, କେନ୍ଦୁଝରରୁ ୬ ଏବଂ ପୁରୀ ଜିଲ୍ଲାରୁ ଆଜି ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ୫, ନୟାଗଡ଼ରୁ ୩, ବରଗଡ଼ ଏବଂ କୋରାପୁଟରୁ ୨ ଜଣ ଲେଖାଏର୍ ସୁସ୍ଥ ହୋଇଥିବାବେଳେ ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୬ ହଜାର ୨୨୪ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe