ଆଜି ପୁଣି ୧୨୮ ପିଲାଙ୍କୁ କରୋନା : ୨୪ ଘଂଟା ଭିତରେ ୯୮୬ ପଜିଟିଭ ଚିହ୍ନଟ; ପଜିଟିଭ ହାର ୧.୪୦%

128

କନକ ବ୍ୟୁରୋ : ଆଜି ପୁଣି ୧୨୮ ପିଲାଙ୍କୁ କରୋନା । ୨୪ ଘଂଟା ଭିତରେ ୯୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୭୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୩୭୩, ଅନୁଗୁଳରୁ ୨୪ ଜଣ, ବାଲେଶ୍ୱରରୁ ୨୫ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୧୪ ଜଣ, ବଲାଙ୍ଗୀରରୁ ୧୭ ଜଣ, କଟକରୁ ୧୩୯ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୧୫ ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୪୫ ଜଣ, ଯାଜପୁରରୁ ୪୯ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୧୨ ଜଣ, କେନ୍ଦ୍ରାପଡ଼ାରୁ ୨୩ ଜଣ, କେଉଁଝରରୁ ୧୩ ଜଣ, ମାଲକାନଗିରିରୁ ୧ ଜଣ, ମୟୁରଭଞ୍ଜରୁ ୩୨ ଜଣ, ନବରଙ୍ଗପୁରୁ ୬ ଜଣ, ନୟାଗଡ଼ରୁ ୨୦ ଜଣ, ପୁରୀରୁ ୩୨ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୧୫ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲରୁ ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

୨୪ଘଂଟା ଭିତରେ ୭୦ ହଜାର ୭୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ୧ଦାମିକ ୪୦ ପ୍ରତିଶତ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୯୯ ହଜାର ୧୭୩ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୮୨ ହଜାର ୩୧୯ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯ ହଜାର ୫୭୮ ।