ରାଜ୍ୟର କରୋନା ମିଟର : ୨୪ ଘଂଟାରେ ୨୮୦୬ଜଣ କରେନା ସଂକ୍ରମିତ ଚିହ୍ନଟ, ସେପଟେ, ୬୧ଜଣଙ୍କ ମୃତ୍ୟୁର ହିସାବ ଦେଲେ ସରକାର

202

କନକ ବ୍ୟୁରୋ : ରାଜ୍ୟର ୨୪ଘଂଟାର କରୋନା ମିଟର । ୨୪ ଘଂଟାରେ ୨୮୦୬ଜଣ କରେନା ସଂକ୍ରମିତ ଚିହ୍ନଟ । ୭୮ହଜାର ୫୬୦ ନମୂନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୩ଦଶମିକ ୫୭ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୫୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୦୨ଜଣ, ବାଲେଶ୍ୱରରୁ ୧୫୩ଜଣ, ବରଗଡ଼ରୁ ୩୩ଜଣ, ଭଦ୍ରକରୁ ୮୩ଜଣ, ବଲାଙ୍ଗୀରରୁ ୧୦ଜଣ, ବୌଦ୍ଧରୁ ୯ଜଣ, କଟକରୁ ୪୪୧ଜଣ, ଦେବଗଡ଼ରୁ ୪ଜଣ, ଢେଙ୍କାନାଳରୁ ୧୨୪ଜଣ, ଗଜପତିରୁ ୬ଜଣ, ଗଞ୍ଜାମରୁ ୧୯ ଜଣ, ଜଗତସିଂହପୁରରୁ ୧୧୯ ଜଣ, ଯାଜପୁରରୁ ୨୫୨ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୨୫ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୫୭ଜଣ, କେଉଁଝରରୁ ୭୨ ଜଣ, ଖୋର୍ଦ୍ଧାରୁ ୫୯୦ଜଣ, କୋରାପୁଟରୁ ୨୯ଜଣ, ମାଲକାନଗିରିରୁ ୩୫ଜଣ, ମୟୁରଭଞ୍ଜରୁ ୧୦୯ଜଣ, ନବରଙ୍ଗପୁରରୁ ୨୦ ଜଣ, ନୟାଗଡ଼ରୁ ୮୬ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୩୮ଜଣ, ରାୟଗଡ଼ାରୁ ୩୦ଜଣ, ସମ୍ୱଲପୁରରୁ ୨୬ଜଣ, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୬୫ ଓ ଷ୍ଟେଟ ପୁଲରୁ ୧୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ ଆଉ ୬୧ଜଣଙ୍କ ମୃତ୍ୟୁର ହିସାବ ଦେଲେ ସରକାର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୫ ଜଣ ଥିବା ଜଣାଯାଇଛି। ଅପରପକ୍ଷରେ ବରଗଡ଼, ଗଞ୍ଜାମ,ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏଁ ଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦୁଝରରୁ ୪, ଢେଙ୍କାନାଳ, କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଓ ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ଏପ୍ରିଲ ମାସରେ ରାଜ୍ୟରେ ୧,୧୩,୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧୮ ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ମେ ମାସରେ ୩,୨୦,୮୦୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧୧ ମୁଣ୍ଡ ନେଇଛି ମହାମାରୀ । ସେହିପରି ଜୁନ ମାସରେ ୧,୪୪,୭୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୬୪ ମୁଣ୍ଡ ନେଇଛି ମହାମାରୀ ।