ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ଆରମ୍ଭ ହେଲା ପ୍ରସ୍ତୁତି : ଘର ଓ ଉପକରଣ ଯାଂଚ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ମହିଳା ଓ ଶିଶୁ ବିକାଶ ବିଭାଗ

Advertisment
ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ଆରମ୍ଭ ହେଲା ପ୍ରସ୍ତୁତି : ଘର ଓ ଉପକରଣ ଯାଂଚ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ମହିଳା ଓ ଶିଶୁ ବିକାଶ ବିଭାଗ

କନକ ବ୍ୟୁରୋ : ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଅଙ୍ଗନବାଡି କେନ୍ଦ୍ରକୁ ପୁଣି ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ । ସଂକ୍ରମଣ ହ୍ରାସ ପାଉଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଖୋଲିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା ଘରର ସ୍ଥିତି ଓ ଅନ୍ୟ ଉପକରଣକୁ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଯାଂଚ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କେନ୍ଦ୍ରଗୁଡିକ ଯାଂଚ କରି ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରସ୍ତୁତି ରିପୋର୍ଟ ପଠାଇବେ ଜିଲ୍ଲାପାଳ । ରିପୋର୍ଟ ପାଇବା ପରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe