ଟିକାକରଣ ପାଇଁ ପ୍ରସ୍ତୁତ ଓଡିଶା । ବିଶେଷଜ୍ଞ ଡାକ୍ତର କହିଲେ, ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ

127

କନକ ବ୍ୟୁରୋ : ଟିକାକରଣ ପୂର୍ବରୁ ରାଜ୍ୟ ସରକାରଙ୍କ ସୂଚନା । ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ । ୧୬୦ଟି କେନ୍ଦ୍ରରେ ଟିକାକରଣ ପାଇଁ ହୋଇଛି ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞ ଡାକ୍ତର କହିଲେ, ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ ଦିଆଯିବ ଟିକା । କମ ହିତାଧିକାରୀ ହେଲେ ଦୁଇ ତିନିଟୋ କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ । ସକାଳ ୯ଟାରୁ ସଂନ୍ଧ୍ୟା ୫ଟା ଟିକାକରଣ ହେବ । ପଂଜୀକରଣ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ।

ରାଜ୍ୟରେ ଗତକାଲି ଆସି କୋଭିଡ ଟିକା ପହଞ୍ଚିଛି । ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ହେବାକୁ ଯାଉଛି । ସେହି କ୍ରମରେ ଓଡିଶା ମଧ୍ୟ ପ୍ରସ୍ତୁତ ହେଉଛି ଟିକାକରଣ ପାଇଁ । ଟିକାକରଣ ପାଇଁ ସମସ୍ତ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।