କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୬୧୨ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୨୭୦,ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଜଗପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧା ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟୂରଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦ ସୁସ୍ଥ ହୋଇଥିବାବେଳେ ଜଗତସିଂହପୁରରୁ ୧୦ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ ଏବଂ ପୁରୀରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
With a record high of 612 #COVID19 patients recovering in a day, on 15.07.20, Odisha reaches a Milestone of over 10,000 recovered cases in the State.
The total recovered cases now stand at 10,476
270 from Ganjam
84 from Sundargarh
48 from Keonjhar
35 from Gajapati— H & FW Dept Odisha (@HFWOdisha) July 15, 2020
ଅନ୍ୟପଟେ ବଲାଙ୍ଗୀରରୁ ୫, କେନ୍ଦ୍ରାପଡ଼ାରୁ ୩ କଳାହାଣ୍ଡି ଏବଂ କନ୍ଧମାଳରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୧୦ ହଜାର ୪୭୬ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।