କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସୋମବାର ଠାରୁ ସ୍କୁଲ ଓ କଲେଜ ଖୋଲିବାକୁ ଘୋଷଣା କରାଯାଇଛି । ୭ ତାରିଖରୁ ଅଷ୍ଟମରୁ ଉପରକୁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ସେହିପରି ୨ ବର୍ଷ ପରେ ସ୍କୁଲକୁ ଫେରିବେ କୁନି ପିଲା । ୧୪ରୁ କେଜି ରୁ ସପ୍ତମ ଯାଏଁ ପାଠପଢା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ସରକାର ।

Advertisment

୭ ରୁ ଖୋଲିବ ସ୍କୁଲ, କଲେଜ । ଡିଜିଟାଲ ନୁହେଁ, ଏବେ କଳାପଟାରେ ପାଠପଢା । ସ୍କୁଲ ଖୋଲିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି । ସୋମବାର ଠାରୁ ସ୍କୁଲ ଓ କଲେଜ ଖୋଲିବାକୁ ଘୋଷଣା ହୋଇଛି । ସବୁଠାରୁ ବଡ କଥା ହେଲା ୨ ବର୍ଷ ହେଲା ବନ୍ଦ ଥିବା ପ୍ରଥମରୁ ପଞ୍ଚମ ଯାଏଁ ସ୍କୁଲ ଖୋଲିବାକୁ ନିଆଯାଇଛି ନିଷ୍ପତି ।

ଏବେ ଡିଜିଟାଲ ନୁହେଁ, ସିଧା ସ୍କୁଲ ଆସି ପାଠ ପଢିବେ ପିଲା । ଆସନ୍ତା ୭ ତାରିଖରୁ ସ୍କୁଲ ଓ କଲେଜ ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅର୍ଥାତ ଅଷ୍ଟମରୁ ଉପରକୁ ସବୁ ଶ୍ରେଣୀ ସୋମବାରଠାରୁ ଖୋଲିବ । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଏଭଳି ବଡ ନିଷ୍ପତି ନିଆଯାଇଛି । ଏହା ସହ ସମସ୍ତ   ହଷ୍ଟେଲ ବି ଖୋଲିବ । ଓମିକ୍ରନ ବଢିବା ପରେ ଜାନୁଆରୀରେ ସ୍କୁଲ ଓ କଲେଜକୁ ବନ୍ଦ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର ।

କରୋନା ସଂକ୍ରମଣ ଯୋଗୁଁ ୨୦୨୦ ପ୍ରଥମାର୍ଦ୍ଧରୁ ପ୍ରାଥମିକ ସ୍କୁଲ ବନ୍ଦ ରହିଛି ।  ତେଣୁ ଏବେ କେଜି ରୁ ସପ୍ତମ ଶ୍ରେଣୀ ଖୋଲିବାକୁ ବି ସ୍ଥିର କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଏବେ ଛୋଟ ପିଲା ବି ସ୍କୁଲ ଆସିବେ ।

ପାଖାପାଖି ୨ ବର୍ଷ ପରେ ସାନ ପିଲା ବି ସ୍କୁଲ ଆସିବେ । ଫେବୃଆରୀ ୧୪ରୁ କେଜି ରୁ ସପ୍ତମ ଶ୍ରେଣୀ ଖୋଲିବ । ଏହି ସମୟରେ

- ଛାତ୍ରଛାତ୍ରୀ ଅଫଲାଇନ ଓ ଅନଲାଇନରେ ପରୀକ୍ଷା ଦେଇପାରିବେ

- କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ ପରୀକ୍ଷା ହେବ 

- ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରେ ହେବ

- ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନିଷ୍ପତି ବୋର୍ଡ ଓ ପରିଷଦ ନେବେ

- ପାଠପଢାରେ ହୋଇଥିବା କ୍ଷତିକୁ ଭରଣା ପାଇଁ ଅତିରିକ୍ତ ଶ୍ରେଣୀ ହେବ

- ଆବଶ୍ୟକ ପଡିଲେ ଖରାଛୁଟି ଅବଧି କମାଇ ପାଠ ପଢାଯିବ

ସ୍କୁଲ ଓ କଲେଜ ଖୋଲିବା ନେଇ ଏସଓପି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ଏ ନେଇ ଖୁବଶୀଘ୍ର ଏସଓପି ଜାରି କରିବେ ।