ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି : ସଞ୍ଜୟ ନାୟକଙ୍କୁ ୪ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ

112

କନକ ବ୍ୟୁରୋ : ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚାରି ବର୍ଷ ଅବଧି ପାଇଁ ସେ କାର୍ଯ୍ୟ କରିବେ । କାର୍ଯ୍ୟଭାର ଗ୍ରହଣ କରିବା ଦିନ ଠାରୁ କିମ୍ବା ଏହା ପୂର୍ବରୁ ଯାହା ଅର୍ଡର ହେବ ସେ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେବ । ପ୍ରଫେସର ସଞ୍ଜୟ କୁମାର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି ଏବଂ ସେ ୩୫ ଟି ପୁସ୍ତକ ରଚନା କରିଛନ୍ତି ।