ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ପ୍ରସଙ୍ଗ । ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ନଥିବା ଆଶଙ୍କା କରି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା । କାଲି ହୋଇପାରେ ଶୁଣାଣି! ଏପଟେ ଶୁଦ୍ଧ ସୁଆର ନିଯୋଗ ପ୍ରସ୍ତାବ, ହାତୀ ଦ୍ୱାରା ଟଣାଯାଇପାରେ ରଥ । 

Advertisment
ସୁପ୍ରିମକୋର୍ଟରେ ପହଞ୍ଚିଲା ରଥଯାତ୍ରା ପ୍ରସଙ୍ଗ । ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ନଥିବା ଆଶଙ୍କା କରି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା । କାଲି ହୋଇପାରେ ଶୁଣାଣି! ଏପଟେ ଶୁଦ୍ଧ ସୁଆର ନିଯୋଗ ପ୍ରସ୍ତାବ, ହାତୀ ଦ୍ୱାରା ଟଣାଯାଇପାରେ ରଥ । 

କନକ ବ୍ୟୁରୋ: ରଥ ଖଳାରେ କାମ ଆଗେଇ ଚାଲିଛି । ଶ୍ରୀଜିଉଙ୍କ ତିନି ରଥ ପ୍ରାୟ ପ୍ରସ୍ତୁତ ହେବା ଉପରେ । ରଥଯାତ୍ରା ପାଇଁ ସମସ୍ତ କା ର୍ଯ୍ୟ ବିଧି ଅନୁସାରେ ଆଗେଇ ଚାଲିଛି । କିନ୍ତୁ ଏହି କାମ ଯେତେ ଆଗେଇ ଚାଲିଛି, ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବି ସେତିକି ବଢି ଚାଲିଛି । ରଥଯାତ୍ରା ଉପରେ ନିଷ୍ପତି ନେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ସୋମବାର ଏହା ମାମଲାର ଶୁଣାଣି ହୋଇପାରେ । ଓଡିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢୀ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ରଥଯାତ୍ରା ହେଲେ ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ନାହିଁ ବୋଲି ଆବେଦନରେ କୁହାଯାଇଥିବା ସୂଚନା ମିଳିଛି । ସେପଟେ ରଥଯାତ୍ରା ବନ୍ଦ କରିବା ପାଇଁ ଓଡିଶା ହାଇକୋର୍ଟରେ ଆବେଦନ କରିଥିବା ବ୍ୟକ୍ତି ସୋମବାର ପୁଣି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାୟର କରିବେ ବୋଲି କହିଛନ୍ତି ।

ସେପଟେ ଶନିବାର ହାଇକୋର୍ଟ ଶ୍ରୀଜିଉଙ୍କ ତିନି ରଥକୁ ହାତୀ କିମ୍ବା ମେସିନ୍ ଦ୍ୱାରା ଟାଣିବା ପାଇଁ ଓଡିଶା ସରକାର ବିଚାର କରିପାରନ୍ତି ବୋଲି କହିବା ପରେ ସୁଦ୍ଧ ସୁଆର ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥକୁ ହାତୀ ଦ୍ୱାରା ଟଣାଯାଇ ପାରିବ, କିନ୍ତୁ ମେସିନ୍ ଦ୍ୱାରା ନୁହେଁ ।

ଏପଟେ ରଥ ଟାଣିବା ନେଇ ଗତ କିଛି ଦିନ ହେଲା ମନ୍ଦିର ପ୍ରଶାସନ ବିଭିନ୍ନ ନିଯୋଗ ସହ ଆଲୋଚନା ଜାରି ରଖିଛି । ରବିବାର ଶୁଦ୍ଧ ସୂଆର ନିଯୋଗ ରଥଟାଣିବା ପାଇଁ ୫୦ ଜଣ ସେବାୟତଙ୍କ ତାଲିକା ଦେଇଛି । ଏହା ପୂର୍ବରୁ ସୂଆର ମହାସୂଆର ସେବାୟତମାନେ ପ୍ରାୟ ଏକ ହଜାର ଜଣ ରଥଟାଣିବେ ବୋଲି ସମ୍ମତି ଜଣାଇଛନ୍ତି । ସେହିପରି ପୂଜାପଣ୍ଡା ନିଯୋଗ ମଧ୍ୟ ୧୫୦ ଜଣଙ୍କ ତାଲିକା ଦେଇଛି । ସେପଟେ ରଥଯାତ୍ରା ପାଇଁ ଏଯାଏଁ ସେବାୟତ, ବିଶ୍ୱକର୍ମା ସେବାୟତ, ମହାରଣାଙ୍କ ମିଶି ୮ଶହ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଛି ଏବଂ ସମସ୍ତଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe