କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ସାଇବର ଅପରାଧ । ୨୦୨୨ ଏନସିଆରବି ବାର୍ଷିକ ରିପୋର୍ଟରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶ ସହ ରାଜ୍ୟରେ ଅପରାଧିକ ମାମଲା ସହ ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି ପାଇଛି । ଓଡ଼ିଶାରେ ୨୦୨୦ରେ ୧୯ଶହରୁ ଅଧିକ ସାଇବର ଅପରାଧ ମାମଲା ଘଟିଥିବା ବେଳେ ୨୦୨୧ରେ ୨ହଜାରରୁ ଅଧିକ ଏବଂ ୨୦୨୨ରେ ୧୯ଶହ ୮୩ଟି ସାଇବର ଅପରାଧ ଘଟିଛି । ସେହିପରି ୨୦୨୧ ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ୧ଲକ୍ଷ ୭୮ ହଜାରକୁ ବୃଦ୍ଧି ପାଇଛି ।

Advertisment

ରିପୋର୍ଟ ଅନୁସାରେ, ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ଜଣ ହତ୍ୟାର ଶିକାର ହୋଇଛନ୍ତି । ସେହିପରି ରାଜ୍ୟରେ ଶିଶୁ ବିରୋଧୀ ମଧ୍ୟ ବଢ଼ିଛି । ୨୦୨୧ରେ ରାଜ୍ୟରେ ୭ହଜାର ୮୯୯ ଶିଶୁ ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୮ହଜାର ୨୪୦ରେ ପହଂଚିଛି ।

ସାଇବର ଅପରାଧରେ ଲାଗୁନି ଲଗାମ

- ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ
- ଦେଶ ସହ ରାଜ୍ୟରେ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି
- ଓଡ଼ିଶାରେ ୨୦୨୨ରେ ଘଟିଛି ୧୯୮୩ ସାଇବର ଅପରାଧ
- ରାଜ୍ୟରେ ସାଇବର ଅପରାଧ ହାର ୪.୩ ପ୍ରତିଶତ
- କମ୍ପ୍ୟୁଟର ସମ୍ପର୍କିତ ଅପରାଧ ମାମଲା ୧୫୨ ରହିଛି
- ମହିଳା ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା
- ୨୦୨୨ରେ ୭,୩୨୭ ମହିଳା ଅସଦାଚରଣ ମାମଲା
- ରାଜ୍ୟରେ ଯୌତୁକଜନିତ ୨୬୩ ମାମଲା
- ମହିଳା ବିରୋଧୀ ଅପରାଧ ମାମଲାରେ ଦେଶରେ ସପ୍ତମ ଓଡ଼ିଶା
- ରାଜ୍ୟରେ ବାର୍ଷିକ ଲକ୍ଷେ ଲୋକରୁ ୩ଜଣ ହତ୍ୟାର ଶିକାର