ଏନସିଆରବି ରିପୋର୍ଟରେ ଉଦବେଗଜନକ ତଥ୍ୟ । ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା

129

କନକ ବ୍ୟୁରୋ : ଓଡ଼ିଶାରେ ବଢ଼ୁଛି ସାଇବର ଅପରାଧ । ୨୦୨୨ ଏନସିଆରବି ବାର୍ଷିକ ରିପୋର୍ଟରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ୨୦୨୨ରେ ଦେଶ ସହ ରାଜ୍ୟରେ ଅପରାଧିକ ମାମଲା ସହ ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି ପାଇଛି । ଓଡ଼ିଶାରେ ୨୦୨୦ରେ ୧୯ଶହରୁ ଅଧିକ ସାଇବର ଅପରାଧ ମାମଲା ଘଟିଥିବା ବେଳେ ୨୦୨୧ରେ ୨ହଜାରରୁ ଅଧିକ ଏବଂ ୨୦୨୨ରେ ୧୯ଶହ ୮୩ଟି ସାଇବର ଅପରାଧ ଘଟିଛି । ସେହିପରି ୨୦୨୧ ଓଡ଼ିଶାରେ ଦେଢ଼ ଲକ୍ଷରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ୧ଲକ୍ଷ ୭୮ ହଜାରକୁ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁସାରେ, ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୩ଜଣ ହତ୍ୟାର ଶିକାର ହୋଇଛନ୍ତି । ସେହିପରି ରାଜ୍ୟରେ ଶିଶୁ ବିରୋଧୀ ମଧ୍ୟ ବଢ଼ିଛି । ୨୦୨୧ରେ ରାଜ୍ୟରେ ୭ହଜାର ୮୯୯ ଶିଶୁ ବିରୋଧୀ ଅପରାଧ ଘଟିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୮ହଜାର ୨୪୦ରେ ପହଂଚିଛି ।

ସାଇବର ଅପରାଧରେ ଲାଗୁନି ଲଗାମ

– ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ
– ଦେଶ ସହ ରାଜ୍ୟରେ ଅପରାଧ, ଦୁର୍ନୀତି ଓ ସାଇବର ଅପରାଧ ବୃଦ୍ଧି
– ଓଡ଼ିଶାରେ ୨୦୨୨ରେ ଘଟିଛି ୧୯୮୩ ସାଇବର ଅପରାଧ
– ରାଜ୍ୟରେ ସାଇବର ଅପରାଧ ହାର ୪.୩ ପ୍ରତିଶତ
– କମ୍ପ୍ୟୁଟର ସମ୍ପର୍କିତ ଅପରାଧ ମାମଲା ୧୫୨ ରହିଛି
– ମହିଳା ଅସଦାଚରଣରେ ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା
– ୨୦୨୨ରେ ୭,୩୨୭ ମହିଳା ଅସଦାଚରଣ ମାମଲା
– ରାଜ୍ୟରେ ଯୌତୁକଜନିତ ୨୬୩ ମାମଲା
– ମହିଳା ବିରୋଧୀ ଅପରାଧ ମାମଲାରେ ଦେଶରେ ସପ୍ତମ ଓଡ଼ିଶା
– ରାଜ୍ୟରେ ବାର୍ଷିକ ଲକ୍ଷେ ଲୋକରୁ ୩ଜଣ ହତ୍ୟାର ଶିକାର