କନକ ବ୍ୟୁରୋ: ଆୟବହିର୍ଭୁତ ସମ୍ପତ୍ତି ଠୂଳ ମାମଲାରେ ଓଡିଶା ପ୍ରଥମ । ଜାତୀୟ ଅପରାଧ ନଥି ସଂସ୍ଥାନ ଏନସିଆରବି ତଥ୍ୟରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି । ଭିଜିଲାନ୍ସ ରେଡ୍ରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡିଶା । ତଥ୍ୟ ଅନୁସାରେ ୨୦୨୨ ମସିହାରେ ଦେଶରେ ମୋଟ ୩୭୨ଟି ଆୟବର୍ହିଭୂତ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରଥମ ସ୍ଥାନରେ ଓଡିଶା ରହିଛି ।

Advertisment

ରାଜ୍ୟରେ ୮୫ଟି ଆୟବର୍ହିଭୂତ ସମ୍ପତି ମାମଲାରେ ଚଢଉ କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ସେହିପରି ସରକାରୀ ଅର୍ଥ ହେରଫେର ମାମଲା ରୁଜୁ ହେବାରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ୮୪ଟି ମାମଲା ରୁଜୁ କରାଯାଇ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଏଠାରେ ବଡ ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ସତ୍ୱେ ରାଜ୍ୟରେ ସବୁଠାରୁ ଅଧିକ ପିସି କାରବାର ହେଉଥିବା ଏହି ରିପୋର୍ଟ ହିଁ ସ୍ପଷ୍ଟ କରୁଛି । କାରଣ ଭିଜିଲାନ୍ସ ରେଡ୍ରେ ନମ୍ବର ୧ ସ୍ଥାନରେ ରହିଛି ଓଡିଶା । ଅନ୍ୟପଟେ ଭିଜିଲାନ୍ସ ବିଭାଗର ଏଭଳି ଦୁର୍ନୀତି ବିରୋଧରେ କଠୋର ଆଭିମୂଖ୍ୟକୁ ପ୍ରଶଂସା କରାଯାଉଛି ।