କନକ ବ୍ୟୁରୋ : ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା ସୋମବାର ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି । ସୂଚନାଯୋଗ୍ୟ ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩୦୩୧ ରନ୍ କରିଛନ୍ତି ।
କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ପରେ ନଟରାଜ ବେହେରା ଗଣମାଧ୍ୟମକୁ କହିଛନ୍ତି ମୋ ଅବସର ପରେ ଯୁବପୀଢ଼ିଙ୍କୁ ସୁଯୋଗ ମିଳିବ । ସେଥିପାଇଁ ଅବସର ନେଇଛି ।
ନଟରାଜଙ୍କ ଗୋଟିଏ ଦିନ ପୂର୍ବରୁ ରବିବାର ହଳଧର ଦାସ ଅବସର ଘୋଷଣା କରିଥିଲେ । ହଳଧର ଦାସ ୨୦୦୬ ରୁ ୨୦୦୯ ଯାଏ ଓଡ଼ିଶା ରଣଜୀ ଦଳର ସଦସ୍ୟ ଥିଲେ । ବର୍ଷ ୨୦୦୮ରେ ରଣଜୀ କ୍ରିକେଟ ଦଳର ଅଧିନାୟକ ହୋଇଥିଲେ । ସେ ମୋଟ ୪୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୮୩୫ ରନ୍ କରିଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ହାଇଦ୍ରାବାଦ ଡେକାନ ଚାର୍ଜର୍ସ ଟିମ୍ରେ ମଧ୍ୟ ହଳଧର ସାମିଲ ହୋଇଥିଲେ ।