ପ୍ରବଳ ବର୍ଷାରେ କଟକ ସ୍ଥିତି ବେହାଲ୍ : ବାଦାମବାଡି ସମେତ ପଟ୍ଟାପୋଲ, ସୂତାହାଟ, ପେଟିନ୍ ସାହିରେ ପାଣି

175

କନକ ବ୍ୟୁରୋ : ପ୍ରବଳ ବର୍ଷାରେ କଟକ ସ୍ଥିତି ବେହାଲ୍ । ବାଦାମବାଡି ସମେତ ପଟ୍ଟାପୋଲ, ସୂତାହାଟ, ପେଟିନ୍ ସାହିରେ ପାଣି । ତଳି ଅଞ୍ଚଳରୁ ବର୍ଷା ଜଣ ନିଷ୍କାସନ ନେଇ ସିଏମସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ସେପଟେ, ପ୍ରସ୍ତୁତି ନେଇ ପ୍ରତିକ୍ରିୟା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସିଏମସିର ୧୭୫ଟି ପମ୍ପସେଟକୁ ପ୍ରସ୍ତୁତ ରଖାଯାଇଛି । ହାଇ ପାୱାର ପମ୍ପ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଜାଇକାର ପମ୍ପିଙ୍ଗ ଷ୍ଟେସନ ଗୁଡିକ ପ୍ରସ୍ତୁତ ରହିଛି ।

କଟକ ଓ ଭୁବନେଶ୍ୱର ସହରବାସୀଙ୍କୁ ଆସନ୍ତା ୬ ଘଣ୍ଟା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଠାରେ ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରାଯାଇଥିବାର ସୂଚନା ମିଳିଛି । ଟ୍ବିନ୍ ସିଟିର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଏଣୁ ଜଳ ନିଷ୍କାସନ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏପରିକି ଘରୁ ବାହାରକୁ ନ ଯିବା ଲାଗି ବି ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ ।