କନକ ବ୍ୟୁରୋ: ସ୍ୱାମୀ ଛାଡିଦେଲେ, ନ୍ୟାୟ ପାଇଁ ଥାନାକୁ ନଯାଇ କାଳିଆ ଠାକୁର ନିକଟରେ ଗୁହାରି ପଡ଼ିଲେ ମହିଳା । ଆଜି ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଦୃଶ୍ୟ । ବଡ଼ଦାଣ୍ଡରେ ଜଗନ୍ନାଥ ନିକଟରେ ଦୁଃଖ ଜଣାଇବା ପାଇଁ ମାଆ ସହ ବସି ରହିଥିଲେ ଜଣେ ମହିଳା । ସାଙ୍ଗରେ ତାଙ୍କର ଏକ ମାସର ଶିଶୁପୁତ୍ରକୁ ବି ଆଣିଥିଲେ । ମହିଳା ଜଣକ ହେଉଛନ୍ତି, ବନିତା ମିଶ୍ର । ତାଙ୍କ ମାଆଙ୍କ ନାଁ ଉର୍ବଶୀ ମିଶ୍ର । ସେମାନଙ୍କ ଘର ଜଗତସିଂହପୁରର ବଡ଼ଚଣାରେ । ସୁବାଶିଷ ମିଶ୍ରଙ୍କ ସହ ବନିତାଙ୍କର ବିବାହ ହୋଇଥିଲା । ବନିତା କହିଛନ୍ତି, ଏବେ ସ୍ୱାମୀ ତାଙ୍କୁ ପଚାରୁନାହାନ୍ତି ।
ଫଳରେ କାଳିଆ ଠାକୁରଙ୍କ ପାଖକୁ ସେ ଗୁହାରି କରିବାକୁ ଆସିଛନ୍ତି । ଆଜି ଦିନତମାମ ଏକ ମାସର ଶିଶୁପୁତ୍ରକୁ ଧରି ମାଆ-ଝିଅ ନଖାଇ ନପିଇ ବଡ଼ଦାଣ୍ଡରେ ବସି ରହିଥିଲେ । ଯେପର୍ଯ୍ୟନ୍ତ ଜଗନ୍ନାଥ ତାଙ୍କ ଗୁହାରି ନଶୁଣିବେ, ସେପର୍ଯ୍ୟନ୍ତ ବସି ରହିବେ ବୋଲି ଜିଦ୍ ଧରିଥିଲେ । ତେବେ ଏ ନେଇ ସିଂହଦ୍ୱାର ପୁଲିସ ଖବର ପାଇବା ପରେ ମାଆ-ଝିଅ ବସିଥିବା ସ୍ଥାନରେ ପହଁଚିଥିଲେ । ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା ପୁଲିସ । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ତଦନ୍ତ ଆରମ୍ଭ କରିବା ପରେ ସେମାନଙ୍କୁ ସ୍ୱାଧାର କେନ୍ଦ୍ରରେ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/25-8.jpg)