କନକ ବ୍ୟୁରୋ : ପାର୍ବଣ ସମୟରେ ଯାତ୍ରୀ କିଭଳି ହନ୍ତସନ୍ତ ହେଉଛନ୍ତି ଆମ ଦେଖାଇଛୁ । ଧର୍ମଘଟ ଡାକରା ଦିଆଯାଇଥିବାରୁ ଅନେକ ବସ ଗଡୁନି । ଏପରି ସ୍ଥିତିରେ କିଛି ବସ ମାଲିକ ବସ ଚଳାଇଛନ୍ତି । ପାର୍ବଣ ବେଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ଦେଖି ବସ ମାଲିକ ବସ ଚଳାଇଛନ୍ତି । ତେଣୁ ବାଲେଶ୍ୱର ସଂଘ ବସ ଚଳାଇଛି । ବାଲେଶ୍ୱରରୁ ଆଜି ଭୁବନେଶ୍ୱରକୁ ସକାଳୁ ବସ ଗଡିଛି । ସେହିପରି ଜିଲ୍ଲାରୁ ଜିଲ୍ଲା ବସ ସେବା ଚାଲିଛି । କିନ୍ତୁ କିଛି ବସ ଗଡି ନାହିଁ ବୋଲି ସୂଚନା ରହିଛି । ବାଲେଶ୍ୱରରେ ୧୪୦ଟି ଘରୋଇ ବସ୍ ରହିଥିବା ସୂଚନା ରହିଛି ।
ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି ଘରୋଇ ବସ୍ ମାଲିକ ସଂଘ । ଜିଦରେ ଅଟଳ ରହିଛନ୍ତି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନହେବାରୁ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି ।
ଘରୋଇ ବସ୍ ମାଲିକ ସଂଘ ସଫେଇ ରଖି କହିଛି, ଲକ୍ଷ୍ମୀ ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନାହାନ୍ତି । ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ ଅଭିଯୋଗ କରିଛି ।