କନକ ବ୍ୟୁରୋ : ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମି ୧୨ଘଂଟାରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ । ୨୪ ଘଂଟାରେ ବାତ୍ୟାରେ ପରିଣତ ହେବ । ଏବଂ ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ିବ । ୪ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ । କିନ୍ତୁ କେଉଁଠି ସ୍ଥଳଭାଗ ଏଯାଏ ସ୍ପଷ୍ଟ ହୋଇନି ।

Advertisment

ଶେଷ ମୂହୁର୍ତରେ ମଧ୍ୟ ବାତ୍ୟା ଜୱାଦ ଗତିପଥ ପରିବର୍ତନ କରିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମାତ୍ର ଦିନକ ପରେ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ କେଉଁଠି ମାଡ ହେବ ସ୍ପଷ୍ଟ ନହେବା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କେଉଁ ଆଡେ ବାତ୍ୟା ଯିବ ସ୍ପଷ୍ଟ ହୋଇନଥିବାରୁ , ଏହାର ମୁକାବିଲା କରିବାରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । କାରଣ କାହାକୁ ସ୍ଥାନାନ୍ତର କରିବ, କେଉଁ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବେ ତାହା ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ । ସେହିପରି ଉଦ୍ଧାରକାରୀ ଟିମ୍ ମୁତୟନ ପାଇଁ ମଧ୍ୟ ସମସ୍ୟା ଉପୁଜି ପାରେ ।

ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖରେ ଉପକୂଳ ଓଡ଼ିଶାରେ ସର୍ବାଧିକ ପ୍ରଭାବ ରହିପାରେ । ୩ ତାରିଖ ସଂଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି ।

୩ ତାରିଖ : ୟେଲୋ ୱାର୍ଣ୍ଣିଂ
ଗଂଜାମ, ଗଜପତି, ପୁରୀ, ଜଗତସିଂହପୁର

୪ ତାରିଖ : ରେଡ୍ ୱାର୍ଣ୍ଣିଂ
ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର

୪ ତାରିଖ : ଅରେଞ୍ଜ ୱାର୍ଣ୍ଣିଂ
ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା, କୋରାପୁଟ

୪ ତାରିଖ : ୟେଲୋ ୱାର୍ଣ୍ଣିଂ
ଯାଜପୁର, ବାଲେଶ୍ୱର,ଭଦ୍ରକ, ମାଲକାନଗିରି

୫ ତାରିଖ : ଅରେଞ୍ଜ ୱାର୍ଣ୍ଣିଂ
ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଂଜ, ପୁରୀ

୫ ତାରିଖ : ୟେଲୋ ୱାର୍ଣ୍ଣିଂ
କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି