କରୋନାର ତୃତୀୟ ଲହରକୁ ନେଇ ଆଗୁଆ ପ୍ରସ୍ତୁତି । କରାଯାଉଛି ବେଡ୍ ବନ୍ଦୋବସ୍ତ, ଚାଲିଛି ଟ୍ରେନିଂ କାମ 

249

କନକ ବ୍ୟୁରୋ : ରାଜ୍ୟରେ କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର । ଏହି ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ସେଥିପାଇଁ ବର୍ତମାନ ବେଡ୍ ବନ୍ଦୋବସ୍ତ କରାଯାଉଛି । ଏହା ସହିତ ଟ୍ରେନିଂ କାମ ବି ଚାଲିଛି ।

କେଉଁଠାରେ ବେଡ୍ ବଢିବ, କେଉଁଠି ଆଇସିୟୁ ବ୍ୟବସ୍ଥା ହୋଇପାରିବ , ଟ୍ରେନିଂ ହୋଇପାରିବ ସେ ଦିଗରେ ବର୍ତମାନ କାମ ଚାଲିଛି । ଅତି ଖରାପ ପରିସ୍ଥିତିକୁ ନଜରରେ ରଖି କାମ ଚାଲିଥିବା ସେ କହିଛନ୍ତି । ବର୍ତମାନ ରାଜ୍ୟରେ ଜେନେରାଲ ବେଡ୍ ମାତ୍ର ୩୯ ପ୍ରତିଶତ ବ୍ୟବହାର ହେଉଛି । ଭେଂଟିଲେଟର ଓ ଅକ୍ସିଜେନ ବେଡ୍ ୬୦ ପ୍ରତିଶତ ପୂରଣ ହୋଇଛି । ୫ରୁ ୬ଟି ସ୍ଥାନରେ ବର୍ତମାନ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର ।