କନକ ବ୍ୟୁରୋ : ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୂତି ଆରମ୍ଭ ହୋଇଛି । ଆସନ୍ତା ୧୦ ତାରିଖରେ ୱାର୍ଡ ଏବଂ ବୁଥ୍ ଅନୁଯାୟୀ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ସେହିଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।
ଗୀତଗୋବିନ୍ଦ ସଦନ ସଭାଗୃହରେ ହେବାକୁ ଥିବା ଏହି ବୈଠକରେ ଭୋଟର କାର୍ଡ ସଂଶୋଧନ ସହ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନେଇ ରାଜନୈତିକ ଦଳ ଗୁଡିକ ସହ ଆଲୋଚନା କରାଯିବ । ବୈଠକରେ ପ୍ରତେକ ରାଜନୈତିକ ଦଳର ଜଣେ ଲେଖାଏଁ ପ୍ରତିନିଧି ଯୋଗଦେବାକୁ ନିବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।
ତେବେ ପଂଚାୟତ ନିର୍ବାଚନ ବାଲଟ ପେପରରେ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପୌର ନିର୍ବାଚନ ଇଭିଏମ୍ ମେସିନର ବ୍ୟବହାର କରାଯିବ । ଏଥିପାଇଁ ସବୁ ଜିଲ୍ଲାକୁ ଇଭିଏମ ମେସିନ୍ ପଠା ସରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/state-election-commission-750x430-1-750x430-1.jpg)