୩ ବର୍ଷ ପରେ ଦିଲ୍ଲୀରେ ଗଡିଲା ଓଡିଶା ପ୍ରଜ୍ଞାପନ ମେଢ: ରଘୁରାଜପୁର ଐତିହ୍ୟ ଗାଁର ପଟ୍ଟଚିତ୍ରକୁ ନେଇ ସ୍ୱାବଲମ୍ବୀ ହେଉଥିବା ମହିଳାଙ୍କ କାହାଣୀ ହେଲା ପ୍ରଦର୍ଶିତ

123

କନକ ବ୍ୟୁରୋ: ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ ପଦର୍ଶିତ ହୋଇଛି । ବିକଶିତ ଭାରତ ମହିଳା ଶଶକ୍ତିକରଣକୁ ନେଇ ଓଡ଼ିଶାର ମେଢ ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଲମ୍ବ ଏବଂ ୧୪ ଫୁଟ୍ ଉଚ୍ଚତାର ଓଡ଼ିଶାର ପ୍ରଜ୍ଞାପନ ମେଢ କରାଯାଇଥିଲା । ଓଡ଼ିଶାର ମେଢ ସହ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା । ମେଢର ସମ୍ମୁଖ ଭାଗରେ ହାତୀ ଉପରେ ବସି ଭଗବାନ କୃଷ୍ଣ ବଂଶୀ ବାଦନ କରୁଥିବା ଦେଖିବାକୁ ମିଳିଛି ।