ରାସ୍ତା ତିଆରି ପାଇଁ ବ୍ୟବହାର ହେଉଛି କେଲୁଆ ମାଟି : ଟିକେ ବର୍ଷା ହେଲେ ଯାତାୟାତ କରିବା ହୋଇଯାଉଛି ଅସମ୍ଭବ; ଠକି ଦେଲାକି ଠିକା ସଂସ୍ଥା?

137

କନକ ବ୍ୟୁରୋ : ରାସ୍ତା ନିର୍ମାଣରେ ବ୍ୟବହାର ହେଉଛି କେଲୁଆ ମାଟି । ବର୍ଷା ହେଲେ ଗାଁକୁ ପଶି ପାରୁ ନାହାନ୍ତି ଲୋକ । ଦେହ ଖରାପ ହେଲେ ଗାଁକୁ ଆସି ପାରୁନି ଆଂବୁଲାନ୍ସ । ଜାତୀୟ ରାଜପଥ ୫୩ ଭୁବନ ବ୍ଲକ ପଳାଶପିଠିଆ ଠାରୁ ମଠକରହଗୋଳା ଯାଏଁ ବିକଳ୍ପ ରାସ୍ତା ନିର୍ମାଣ କରୁଛି କାମାକ୍ଷାନଗର ଗ୍ରାମ୍ୟ ଉନ୍ନୟନ ବିଭାଗ । ଏହି ରାସ୍ତାର ସୁରପ୍ରତାପପୁରକୁ ଯାଉଥିବା ରାସ୍ତାରେ ପାଟପୁର ଓ ନୂଆ ଟିପିଲେଇ ଠାରେ ୨୦୧୯ରେ ତିଆରି ସରିଛି ପୋଲ ।

ଏବେ ଚାଲିଛି ରାସ୍ତା କାମ । ରାସ୍ତା ନିର୍ମାଣ କରୁଥିବା ଠିକା କମ୍ପାନୀ ମୋରମ ବାଲି ବଦଳରେ ରାସ୍ତା ତିଆରିରେ ବ୍ୟବହାର କରୁଛି କେଲୁଆ ମାଟି । ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଆ ଜମୁଛି । ସାଧାରଣ ଲୋକେ ଏବେ ଯା ଆସ କରିବାରେ ସମସ୍ୟାରେ ସମ୍ମୁଖୀନ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିମ୍ନ ମାନର ରାସ୍ତା ନିର୍ମାଣକୁ ନେଇ ଅଧିକ ଅସନ୍ତୋଷ ପ୍ରକାଶ ପାଇଛି ।