କନକ ବ୍ୟୁରୋ : ବିଜେଡି ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ରଣନୀତି । ୨୦୨୪ ନିର୍ବାଚନରେ ବିଜେପି ଟାର୍ଗେଟରେ ଏସଏଚଜି ମହିଳା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ଶକ୍ତି ବନ୍ଦନ କର୍ମଶାଳା । ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ସାମିଲ ହୋଇଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି । ଏସଏଚଜି ମହିଳାଙ୍କ ଭୋଟ୍ ବ୍ୟାଙ୍କ ନିଜ ସପକ୍ଷରେ ନେବା ପାଇଁ ପ୍ରସ୍ତୁତ ହେବ ବ୍ଲୁପ୍ରିଂଟ । ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା, ଏସ୍ଏଚ୍ଜି ମହିଳାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଭୂମିକା ଆଦି ପ୍ରସଙ୍ଗରେ ମହିଳାଙ୍କ ପାଖକୁ ଯିବ ବିଜେପି ।