କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ରାଜ୍ୟର ୩୦ ଜିଲ୍ଲାର ୬୮ବ୍ଲକରେ ୧୮୬ ଜିଲ୍ଲାପରିଷଦ ଜୋନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୨୪୦ ପ୍ଲାଟୁନ ପୁଲିସ ଫୋର୍ସ ।

Advertisment

୧୫୧୪ ପଂଚାୟତର ୨୦ହଜାର ୪୩୫ବୁଥରେ ଭୋଟଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସରପଂଚ, ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟରମାନେ ଭୋଟଦେବେ ।

ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ? 

- ଚାନ୍ଦବାଲିରୁ ବିଜେଡି ନେତା ବ୍ୟୋମକେଶ ରାୟ ଓ ବିଜେପି ନେତା ମନମୋହନ ସାମଲ
- କଟକ ବଡମ୍ବାରୁ ଦେବୀ ମିଶ୍ରଙ୍କ ଭାଗ୍ୟପରୀକ୍ଷା ବି ହେବ
- ଗଞ୍ଜାମ ସାନଖେମୁଣ୍ଡିରୁ କଂଗ୍ରେସ ବିଧାୟକ ରମେଶ ଜେନା ଓ ବିଜେଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ
- ଚିକିଟିରୁ ଉଷା ଦେବୀ
- ଜଗତସିଂହପୁରରୁ ବିଜେଡିରୁ ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସର ଚିରଞ୍ଜୀବି ବିଶ୍ୱାଳ
- ବଡଚଣାରୁ ବିଜେଡିରୁ ଅମର ଶତପଥୀ ଓ ବିଜେପିର ଅମର ନାୟକ
- କଳାହାଣ୍ଡିରୁ ଭୁପିନ୍ଦର ସିଂ
- ଜୟପୁରରୁ ତାରାବାହିନୀପତି ଓ ରବି ନନ୍ଦ
- ନିମାପଡାରୁ ମନ୍ତ୍ରୀ ସମୀର ଦାସ
- ବୀରମହାରାଜପୁରରୁ ମନ୍ତ୍ରୀ ପଦ୍ମନାଭ ବେହେରା